www.samajalive.in
Saturday, December 6, 2025
15.1 C
Bhubaneswar

ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲା ; ଡିସେମ୍ବର ୧୦ରେ ଶୁଣାଣି

ଲଣ୍ଡନ :  ବହୁ କୋଟି ଟଙ୍କାର ଋଣ ଠକେଇ ଏବଂ ବେଆଇନ ଅର୍ଥ ଏଗାଣ ଭଳି ମାମଲାର ଅଭିଯୁକ୍ତ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ମାମଲାର ରାୟ ଡିସେମ୍ବର ୧୦ ତାରିଖରେ ଘୋଷଣା କରାଯିବ। ବ୍ରିଟେନ୍‍ର ଏକ ଅଦାଲତ ଡିସେମ୍ବର ୧୦ ତାରିଖକୁ ରାୟ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଏ ସମ୍ବନ୍ଧୀୟ ଶୁଣାଣିକୁ ସମ୍ପୂର୍ଣ୍ଣ କରି ୱେଷ୍ଟ ମିନିଷ୍ଟର ମାଜିଷ୍ଟ୍ରେଟ୍‍ କୋର୍ଟ ବିଚାରପତି ଇମ୍ମା ଆର୍‍ବୁଥ୍‍ନଟ୍‍ କହିଛନ୍ତି। ଜେଲ୍‍ ଅବସ୍ଥାକୁ ମଧ୍ୟ ବିବେଚନା କରାଯିବ। ବିଚାରପତି ପ୍ରତ୍ୟର୍ପଣ ସମ୍ବନ୍ଧୀୟ ଶୁଣାଣି ଓ ମାଲ୍ୟାଙ୍କ ପାଇଁ ଆର୍ଥର୍‍ ରୋଡ଼୍‍ ଜେଲ୍‍ରେ ପ୍ରକୋଷ୍ଠ ବିଷୟର ଶୁଣାଣିକୁ ସମ୍ପୂର୍ଣ୍ଣ କରିଛନ୍ତି।
ସୂଚନା ଯୋଗ୍ୟ, ମାଲ୍ୟା ୯ ହଜାର କୋଟି ଟଙ୍କା କଳାଧନ ମାମଲାରେ ଦେଶରୁ ପଳାୟନ କରି ଲଣ୍ଡନରେ ଅଛନ୍ତି ଓ ତାଙ୍କର ପ୍ରତ୍ୟର୍ପଣ ମାମଲାର ସେଠାରେ ବିଚାର ହେଉଛି।

ତେବେ ମାଲ୍ୟା ଦେଶ ଛାଡିବା ପୂର୍ବରୁ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଭେଟିଥିବା କହିଛନ୍ତି। ଯାହାକୁ ନେଇ ବିବାଦ ଦେଖା ଦେଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories