ବୁଗୁଡ଼ା : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ରାମଗଡ଼ ରାସ୍ତାରେ ରବିବାର ରାତିରେ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଆହତ ଅବସ୍ଥାରେ ଗୋଟିଏ ଅଣ୍ଡିରା କୃଷ୍ଣସାର ମୃଗକୁ ଉଦ୍ଧାର କରାଯାଇଛି। ମୃଗଟିର ବୟସ ୨ ବର୍ଷ ହେବ ବୋଲି କୁହାଯାଇଛି। କୃଷ୍ଣସାର ମୃଗଟି ରାମଗଡ଼ ନିକଟରେ ରାସ୍ତା ପାର ହେଉଥିବା ବେଳେ କୌଣସି ଯାନ ଧକ୍କା ଦେବାରେ ତା’ର ଗୋଡରେ ଆଘାତ ଲାଗିଥିବାରୁ ସେ ଯାଇ ନ ପାରି ଆହତ ଅବସ୍ଥାରେ ସେଠାରେ ପଡ଼ିରହିଥିଲା। ରାସ୍ତାରେ ଯାଉଥିବା ଗ୍ରାମବାସୀ ବନ ବିଭାଗକୁ ଖବର ଦେବାରେ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହରାଙ୍କ ନିର୍ଦେଶରେ ବାଲିପଦର ବନପାଳ କ୍ଷୀରୋଦ କୁମାର ଗୌଡ ଏବଂ ଫରେଷ୍ଟ ସ୍କ୍ୱାଡ଼୍ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃଗଟିକୁ ଉଦ୍ଧାର କରି ବାଲିପଦର ପ୍ରାଣୀ ଚିକତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଣୀ ଚିକିତ୍ସକ ନୀଳାଞ୍ଚଳ ଖାଡ଼ଙ୍ଗା ମୃଗଟିର ଚିକତ୍ସା କରିଥିଲେ। ମୃଗଟିକୁ ବର୍ତ୍ତମାନ ଅନ୍ତରପଡା ନର୍ସରୀରେ ରଖାଯାଇଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାକୁ ଛଡା ଯିବ ବୋଲି ଜଣାପଡିଛି।
Popular Categories



