www.samajalive.in
Sunday, December 7, 2025
18.1 C
Bhubaneswar

ଭୂମିକମ୍ପ: କେତେ ତୀବ୍ରତାରେ ଘଟିଥାଏ କି ପ୍ରକାର କ୍ଷତି ? ଆସନ୍ତୁ ଜାଣିବା

ଦୁନିଆରେ ଯେତେସବୁ ପ୍ରାକୃତିକ ବିପର୍ଯ୍ୟୟ ରହିଛି ସେଗୁଡ଼ିକ ମଧ୍ୟରୁ ସବୁଠୁ ଭୟଙ୍କର ହେଉଛି ଭୂମିକମ୍ପ। ଭୂକମ୍ପ ଘଟିଲେ କ୍ଷଣିକ ମଧ୍ୟରେ ସବୁକିଛି ଓଲଟ ପାଲଟ ହୋଇଯାଏ। ଗାଁ ହେଉ କି ସହର, ନିମିଷକ ମଧ୍ୟରେ ମାଟିରେ ମିଶିଯାଏ। ଏଥିରେ କ୍ଷୟକ୍ଷତିର ପରିମାଣ ବି ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ତୁଳନାରେ ଢେର ଗୁଣରେ ଅଧିକ।

- Advertisement -

ବନ୍ୟା, ବାତ୍ୟା ଆସିବା ପୂର୍ବରୁ ପୂର୍ବାନୁମାନ କରାଯାଇପାରେ। ଏଥିପାଇଁ ପ୍ରାକ୍‌ ପ୍ରସ୍ତୁତି ମଧ୍ୟ କରାଯାଇଥାଏ। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଥାଏ। କିନ୍ତୁ ଭୂକମ୍ପର ଯଥେଷ୍ଟ ପୂର୍ବରୁ ପୂର୍ବାନୁମାନ କରିବା ସମ୍ଭବ ହୋଇ ନ ଥାଏ। ସେଥିପାଇଁ ଏହାର ମୁକାବିଲା କରିବା କଷ୍ଟକର। କୌଣସି ଏକ ଅଞ୍ଚଳରେ ଭୂକମ୍ପ ହେଲେ ତାହାର ତୀବ୍ରତା କେତେ ଜାଣିବା ଲାଗି ରିକ୍ଟର ସ୍କେଲର ବ୍ୟବହାର କରାଯାଏ। ଏହି ତୀବ୍ରତା ଅନୁସାରେ କ୍ଷୟକ୍ଷତି ଘଟିଥାଏ। ଭୂକମ୍ପ ତୀବ୍ରତା ଅଧିକ ରହିଲେ କ୍ଷୟକ୍ଷତି ପରିମାଣ ବେଶୀ ହୋଇଥାଏ, କମ୍‌ ରହିଲେ କ୍ଷୟକ୍ଷତି କମ୍‌ ହୋଇଥାଏ।

ତେବେ ଆସନ୍ତୁ ଜାଣିବା କେତେ ତୀବ୍ରତାର ଭୂକମ୍ପ ହେଲେ କି ପ୍ରକାର କ୍ଷତି ଘଟିବା ଆଶଙ୍କା ରହିଥାଏ।

(ରିକ୍ଟର ସ୍କେଲରେ ତୀବ୍ରତା)

୦-୧.୯  ତୀବ୍ରତାର ଭୂକମ୍ପ ଆସିଲେ କେବଳ ସେସିମୋଗ୍ରାଫରୁ ହିଁ ଜଣାପଡ଼ିଥାଏ। ସାଧାରଣରେ ଏହାକୁ ଅନୁଭବ କରିହୁଏ ନାହିଁ।

୨-୨.୯ ତୀବ୍ରତାର ଭୂକମ୍ପ ହେଲେ ହାଲ୍‌କା କମ୍ପନ ସୃଷ୍ଟି ହୁଏ।

୩-୩.୯ ତୀବ୍ରତାର ଭୂକମ୍ପ ଆସିଲେ କୌଣସି ଟ୍ରକ ଆପଣଙ୍କ ନିକଟ ଦେଇ ଯିବା ଭଳି ଅନୁଭୂତ ହୁଏ।

୪-୪.୯ ତୀବ୍ରତାର ଭୂକମ୍ପ ଦ୍ବାରା ଘରର ଝରକା ଭାଙ୍ଗିଯାଇପାରେ। କାନ୍ଥରେ ଟଙ୍ଗାଯାଇଥିବା ଫ୍ରେମ ଖସିଯାଇପାରେ।

୫-୫.୯ ତୀବ୍ରତାର ଭୂକମ୍ପ ଆସିଲେ ଘରର ଆସବାବପତ୍ର ଦୋହଲିଥାଏ।

୬-୬.୯ ତୀବ୍ରତାର ଭୂକମ୍ପ ଯୋଗୁ ଅଟ୍ଟାଳିକାର ଆଧାରଶିଳା ବା ଫାଉଣ୍ଡେଶନରେ ଫାଟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହା ଦ୍ବାରା ଘରର ଉପର ମହଲା କ୍ଷତିଗ୍ରସ୍ତ ହୋଇପାରେ।

୭-୭.୯ ତୀବ୍ରତାର ଭୂକମ୍ପ ହେଲେ କୋଠା ଭୁଶୁଡ଼ି ପଡ଼ିଥାଏ ଏବଂ ମାଟି ତଳେ ଯାଇଥିବା ପାଇପ ଫାଟିଯାଇଥାଏ।

୮-୮.୯ ତୀବ୍ରତାର ଭୂକମ୍ପ ହେଲେ ଅଟ୍ଟାଳିକା ସହିତ ବଡ଼ ବଡ଼ ପୋଲ ଭୁଶୁଡ଼ିପଡ଼ିବା ସମ୍ଭାବନା ରହିଥାଏ।

ଏବଂ ଏହାଠାରୁ ଅଧିକ ତୀବ୍ରତାର ଭୂକମ୍ପ ଆସିଲେ ଭୟଙ୍କର ଧ୍ବଂସଲୀଳା ସୃଷ୍ଟି କରିଥାଏ। କେହି ଯଦି ଖୋଲା ପଡ଼ିଆରେ ଛିଡ଼ା ହୋଇଥିଲେ, ତେବେ ତାଙ୍କୁ ପୃଥିବୀ ଘୂରି ବୁଲୁଥିବା ଦେଖିବାକୁ ମିଳିବ। ପାଖରେ ସମୁଦ୍ର ଥିଲେ ସୁନାମୀ ସୃଷ୍ଟି ହେବ। ସୂଚନାଯୋଗ୍ୟ ଯେ, ରିକ୍ଟର ସ୍କେଲର ପ୍ରତ୍ୟେକ ସ୍କେଲ ପୂର୍ବ ସ୍କେଲ ତୁଳନାରେ ୧୦ ଗୁଣ ଅଧିକ ଶକ୍ତିଶାଳୀ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories