ଅରୁଣାଚଳ ପ୍ରଦେଶର ଭୂକମ୍ପ ଝଟ୍କା
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗରେ ରବିବାର ଦ୍ବିପ୍ରହର ସମୟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲର ଏହା ତୀବ୍ରତା ୩.୮ ରେକର୍ଡ଼ କରାଯାଇଥିବା ସୂଚନା ମିଳିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏକ ରିପୋର୍ଟରେ କହିଛି ଯେ, ଦ୍ବିପ୍ରହର ୧୨.୧୨ ସମୟରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଭୁଟାନ ସୀମା ନିକଟ ପଶ୍ଚିମ କାମେଙ୍ଗର ୧୦କିଲୋମିଟର ଗଭୀରରେ ଥିଲା। ମଧ୍ୟ-ଉତ୍ତର ଆସାମ ଏବଂ ଭୁଟାନର ପୂର୍ବ ଭାଗରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ବେଳେ ଏଥିରେ ମୃତାହତ ନେଇ କୌଣସି ସୂଚନା ନାହିଁ।
Comments are closed.