www.samajalive.in
Tuesday, December 9, 2025
16.1 C
Bhubaneswar

ଅପରାଧ ନିୟନ୍ତ୍ରଣରେ ପୁଲିସକୁ ଜନ ସହଯୋଗର ଆବଶ୍ୟକତା ରହିଛି

ରେଙ୍ଗାଲି:ସମ୍ବଲପୁର ଜିଲାର କତରବଗା ଥାନାରେ ଶନିବାର ଆମ ପୁଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ ବିଗତ ଦିନରେ ମୃତ୍ୟୁ ବରଣ କରିଥିବା ଆମ ପୁଲିସ ସମିତିର ସଭ୍ୟ ନୃପଲାଲ ବିଶ୍ୱାଲ ଏବଂ ଫକିରମୋହନ ସାହୁ ଙ୍କ ଅମର ଆତ୍ମାର ସଦଗତି ଓ ଶାନ୍ତି ନିମନ୍ତେ ଦୁଇ ମନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଜିଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏ.କୁଜୁର ବୈଠକ ରେ ଯୋଗ ଦେଇ ଆମ ପୁଲିସ ସମିତି ଗଠନର ଲକ୍ଷ୍ୟ, ଉଦ୍ଦେଶ୍ୟ, ସମିତିର ସଭ୍ୟମାନଙ୍କର ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ। ଜନସାଧାରଣ ଏବଂ ପୁଲିସ ମଧ୍ୟରେ ସୁସମ୍ପର୍କ ଓ ଅପରାଧ ନିୟନ୍ତ୍ରଣରେ ପୁଲିସକୁ ଜନ ସହଯୋଗର ଆବଶ୍ୟକତା ରହିଛି ବୋଲି ଶ୍ରୀ କୁଜୁର ମତବ୍ୟକ୍ତ କରିଥିଲେ ଏବଂ ଏ ଦିଗରେ ଜନ ସଚେତତନତା ସୃଷ୍ଟି କରିବାକୁ ସମିତିର ସଭ୍ୟମାନଙ୍କୁ ଆହ୍ବାନ ଦେଇଥିଲେ।

ଆଇଆଇସି ପ୍ରତାପ କୁମାର ରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ବସନ୍ତ କୁମାର ପଣ୍ଡା, ଦେବେନ୍ଦ୍ର ଦାସ, ଗୋପବନ୍ଧୁ ପୃଷ୍ଟି, ରମେଶଚନ୍ଦ୍ର ସାହୁ, ହରିହର ନାଥ, ଭାରତଚନ୍ଦ୍ର କରାଲି, ପ୍ରକାଶ କୁମାର ବେହେରା, ସନ୍ତୋଷିନି ନାଏକ, ମହାବୀର ସାହୁ, ହେମନ୍ତ କୁମାର ଦାସ, ଗୋବର୍ଦ୍ଧନ ପଧାନ, କମଳଲୋଚନ ଭୋଇ, ମାନଧାତା ପଟନିଆଁ ପ୍ରମୁଖ ଥାନା ଅଞ୍ଚଳ ଅନ୍ତର୍ଗତ ବିଭିନ୍ନ ଗ୍ରାମର ୨୩ ଜଣ ସଭ୍ୟ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

- Advertisement -

ପୁରଣା ରାଞ୍ଚି ରୋଡର ଚୁହୁକି ପୋଲର ଡାଇଭର୍ସନ ରାସ୍ତାରେ ନିୟମିତ ପାଣି ସିଞ୍ଚନ ଏବଂ ରାସ୍ତାର ଉପଯୁକ୍ତ ମରାମତି ପାଇଁ ବୈଠକରେ ସଭ୍ୟମାନେ ଦାବି କରିଥିଲେ। କତରବଗା ହାଇସ୍କୁଲର ଜମି ଚିହ୍ନଟ କରାଯିବା, ପୁରୁଣାରାଞ୍ଚି ରୋଡ୍ ଏବଂ ଲାଉମାଲ-ଗଣେଶନଗର ରାସ୍ତାରେ ପାଉଁଶ ବୋଝେଇ ଯାନ ଓ ଅନ୍ୟ ଓଭରଲୋଡିଂ ଯାନ ଚଳାଚଳ ବନ୍ଦ କରାଯିବା, ଜୁନାଡିହି-ଲଇଡା ରାସ୍ତାର କଟାପାଲି ପାଖରେ ଥିବା ସଂକୀର୍ଣ୍ଣ ପୋଲର ସଂପ୍ରସାରଣ କରାଯିବା ଏବଂ ଲଇଡା ଫାଣ୍ଡିରେ ଅଧିକସଂଖ୍ୟକ କର୍ମଚାରୀ ନିଯୁକ୍ତି ପାଇଁ ବୈଠକରେ ସଭ୍ୟମାନେ ଦାବି କରିଥିଲେ।

ଏଦିଗରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରି ସମସ୍ୟାର ନିରାକରଣ ବ୍ୟବସ୍ଥା କରିବାକୁ ମତବ୍ୟକ୍ତ କରିଥିଲେ। ବୈଠକରେ ସବ-ଇନ୍ସପେକ୍ଟର ଜୟନ୍ତ କୁମାର ସେଠ ଏବଂ ସିଆରଓ କିଶୋର କୁମାର ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories