ଉତ୍ତରକାଶୀରେ ଭୂମିକମ୍ପ

ନୂଆଦିଲ୍ଲୀ: ଉତ୍ତରକାଶୀରେ ଗୁରୁବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୮ ରେକର୍ଡ଼ କରାଯାଇଛି। ଭୂମିକମ୍ପ ଯୋଗୁଁ ଧନଜୀବନ କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଗୁରୁବାର ସକାଳ ୮.୩୦ ସମୟରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତରାଖଣ୍ଡର ଉତ୍ତରକାଶୀରୁ ୩୩ କିଲୋମିଟର ଉତ୍ତର-ଉତ୍ତର-ପଶ୍ଚିମରେ ଥିଲା।

 

 

Comments are closed.