ମୋଦୀଙ୍କ ସହ ଏସପିଜି କମାଣ୍ଡୋ ପିନ୍ଧିଲେ ପାରମ୍ପରିକ ପୋଷାକ
ନିଆଦିଲ୍ଲୀ: ଶ୍ରୀରାମଙ୍କ ଭକ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କ ସୁରକ୍ଷାରେ ଥିବା ଏସପିଜି କମାଣ୍ଡୋ । ସନାତନ ଧର୍ମ ଓ ପରମ୍ପରା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ପାରମ୍ପରିକ ଧୋତି ପୋଷାକ ପରିଧାନ କରିଥିଲେ । ମୋଦୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବାରୁ ଏସପି କମାଣ୍ଡୋ ମାନେ ମଧ୍ୟ ପାରମ୍ପାରିକ ଧୋତି ପିନ୍ଧିଥିବା ଦେଖିବାକୁ ମିଳିଛି । ଅଯୋଧ୍ୟା ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ କେରଳର ଗୁରୁଭୟୁର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ମୋଦୀ । ଏ ଦୃଶ୍ୟ ସେହି ସମୟର । ମନ୍ଦିରରେ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ପୂଜା କରି ଆଳତି କରିବା ପରେ ବେଢା ପରିକ୍ରମା କରିଥିଲେ । ଏହି ସମୟରେ ଏସପିଜି କମାଣ୍ଡୋ ମାନେ ମଧ୍ୟ ତାଙ୍କ ସହିତ ରହିଥିଲେ ।
Comments are closed.