www.samajalive.in
Sunday, December 7, 2025
26.1 C
Bhubaneswar

ରାଜ୍ୟ ବାହାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା; କ୍ଷତିପୂରଣ ପାଇଁ ଜାତୀୟ ରାଜପଥ ଅବରୋଧ

କୋକସରା: କଳାହାଣ୍ଡି ଜିଲା କୋକସରା ବ୍ଲକର ପୁଣି ଜଣେ ଦାଦନ ଶ୍ରମିକଙ୍କ ରାଜ୍ୟ ବାହାରେ ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ତାଙ୍କ ମୃତଦେହ ଗାଁରେ ପହଞ୍ଚିଛି। ଅପରପକ୍ଷେ, କ୍ଷତିପୂରଣ ଦାବିରେ ମାହଜନଗୁଡାଠାରେ ଜାତୀୟ ରାଜପଥ ୨୬କୁ ପରିବାର ଓ ଗାଁ ଲୋକେ ଅବରୋଧ କରିଥିଲେ।

ସୂଚନା ଅନୁଯାୟୀ, ଗତ ରବିବାର ସକାଳୁ ତାମିଲନାଡୁରେ କାମ କରୁଥିବା କାଉଡୋଲା ପଞ୍ଚାୟତ ମହାଜନଗୁଡା ଗ୍ରାମର ରୁଦ୍ର ବେଶ୍ରାଙ୍କ ସାନପୁଅ ମହେନ୍ଦ୍ର ବେଶ୍ରା (୨୦)ଙ୍କ ମୃତ୍ୟୁ ହୋଇଥିଲା। ପ୍ରାୟ ୩ମାସ ତଳେ ମହେନ୍ଦ୍ର ତାମିଲନାଡୁର କୋଏମ୍ବାଟୁର ଜିଲ୍ଲା କାରୋଭାଲୁର ସ୍ଥିତ ଜଗନ୍ନାଥ ଟେକ୍ସଟାଇଲ ସୂତା ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ ନିୟୋଜିତ ହୋଇଥିଲେ।

- Advertisement -

ତେବେ ଆଜି ଗାଁରେ ମୃତଦେହ ପହଞ୍ଚିବା ପରେ ପାଖ ପଡ଼ିଶା ଓ ଗାଁ ଦାଣ୍ଡରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। କ୍ଷତିପୂରଣ ପାଇଁ ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ ଭବାନୀପାଟଣା-ଜୟପୁର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଘଟଣା ସ୍ଥଳରେ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା, ଆମପାଣି ଥାନା ଏସ.ଆଇ ରାଜେଶ କୁମାର ପରିଡା, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ତହସିଲଦାର ଦେବବ୍ରତ କରାଟି, କାଉଡୋଳା ସରପଞ୍ଚ ଦେବି ସିଂ ଟାଣ୍ଡି ପହଞ୍ଚି ପରିବାର ଲୋକଙ୍କୁ ବୁଝା ସୁଝା କରିଥିଲେ। ପରେ କ୍ଷତିପୂରଣ ରାଶି ଦେବାପାଇଁ ନିୟୋଜିତ କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ଏହାପରେ ଯାତାୟତ ସ୍ୱାଭାବିକ ହୋଇଛି। ଏଥିସହ ହରିଶ୍ଚନ୍ଦ୍ର ଯୋଜନା ଓ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୃତକଙ୍କ ପରିବାରକୁ କିଛି ଆର୍ଥିକ ରାଶି ସହାୟତା ମଧ୍ୟ ଦେଇଥିବା ଜଣାପଡିଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories