www.samajalive.in
Sunday, December 7, 2025
26.1 C
Bhubaneswar

ଅମ୍ଳଜାନ ସ୍ତର ବୃଦ୍ଧି କରେ ଏହି ଖାଦ୍ୟ

ଶରୀରରେ ଅମ୍ଳଜାନ ସ୍ତର ସଠିକ ରହିବା ନିତାନ୍ତ ଆବଶ୍ୟକ। ତେଣୁ ଅମ୍ଳଜାନ ସ୍ତର ବୃଦ୍ଧି ପାଇଁ କିଛି ଖାଦ୍ୟ ବେଶ ସହାୟକ ହୋଇ ଥାଆନ୍ତି। କିଛି ସ୍ୱାଦିଷ୍ଟ ଖାଦ୍ୟ ସେବନ ଦ୍ୱାରା ଅମ୍ଳଜାନ ସ୍ତରକୁ ବୃଦ୍ଧି କରି ପାରିବା। ଜାଣନ୍ତୁ ….
ଯେଉଁ ଖାଦ୍ୟ ପଦାର୍ଥରେ ଖଣିଜ ଓ ଭିଟାମିନ ରହିଛି, ତାହାକୁ ସେବନ କରିବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ ରହିବା ସହ ଅମ୍ଳଜାନ ସ୍ତର ବୃଦ୍ଧି ହୋଇଥାଏ। ତେଣୁ ଖାଦ୍ୟରେ ସେହି ଖାଦ୍ୟ ସାମିଲ କରନ୍ତୁ।
ଆଇରନ, ଜିଙ୍କ , ଭିଟାମିନ ବି୩ ଓ ବି୬ରେ ଭରପୁର ଡାଳିମ୍ବ ରକ୍ତ ସଞ୍ଚାଳନ ସଠିକ ସହ ଅମ୍ଳଜାନ ସ୍ତର ବଢାଇଥାଏ।
ଦିନ ମଧ୍ୟରେ ଗୋଟିଏ କିୱିର ସେବନ, ରକ୍ତରେ ଅମ୍ଳଜାନ ସ୍ତର ବୃଦ୍ଧି କରେ।
ଭିଟାମିନ ସି ଓ ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର ଜାମୁକୋଳି ଖାଇବା ମଧ୍ୟ ବେଶ ଲାଭଦାୟକ।
ଅଙ୍ଗୁରରେ ଆଣ୍ଟି-ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି। ଯାହା ଅମ୍ଳଜାନ ସ୍ତର ବୃଦ୍ଧି ସହ ରକ୍ତଚାପ କମ କରିବାରେ ସାହାଯ୍ୟ କରିଥାଏ।
ତରଭୂଜ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ । ଏହା ବିଭିନ୍ନ ସମସ୍ୟା ଦୂର ସହ ଅମ୍ଳଜାନ ସ୍ତର ବଢାଇଥାଏ।
ଭିଟାମିନ ସିରେ ଭରପୁର ଖଟାଫଳରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି, ଯାହା ହିମୋଗ୍ଲୋବିନ ବୃଦ୍ଧିରେ ସହାୟକ ହୋଇଥାଏ।
ଅନେକ ଭିଟାମିନ ଓ ଖଣିଜରେ ଭରପୁର ସପୁରୀ ଅମ୍ଳଜାନ ସ୍ତର ବୃଦ୍ଧି ସହ ରକ୍ତ କୋଷିକାକୁ ସୁସ୍ଥ ରଖିଥାଏ।
ବିଟ୍‍ ରେ ଥିବା ପୋଷକ ତତ୍ତ୍ୱ ମଧ୍ୟ ସ୍ୱାସ୍ଥ୍ୟ ଉପକାରୀ ହେବା ସହ ଅମ୍ଳଜାନ ସ୍ତର ବୃଦ୍ଧି କରିଥାଏ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories