www.samajalive.in
Monday, December 8, 2025
13.1 C
Bhubaneswar

ଜାଣତରେ ଅଜାଣତରେ କରୁଥିବା ଭୁଲ ଆମ ପାଇଁ କେତେ କ୍ଷତିକାରକ?

ବିଶେଷଜ୍ଞମାନେ ଏଲୁମିନିୟମ , ପ୍ଲାଷ୍ଟିକ ନୁହେଁ ବରଂ ଷ୍ଟିଲ, ମାଟି, କଂସା, ପିତ୍ତଳ ପାତ୍ରରେ ଖାଦ୍ୟଦ୍ରବ୍ୟ ରଖିବାକୁ ପରାର୍ମଶ ଦେଇଥାଆନ୍ତି।
ସାଧାରଣତଃ ଆମେ ବହୁ ଖାଦ୍ୟଦ୍ରବ୍ୟକୁ ଏଲୁମିନିୟମ ପ୍ୟାକେଟ, ପ୍ଲାଷ୍ଟିକ ଡ଼ବା ଆଦିରେ ରଖୁ। ମାତ୍ର ଏହା ଆମ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ତାହା ହୁଏତ ସଭିଏଁ ଜାଣି ନଥିବେ। ଏହା ଶରୀରରେ ବହୁ ମାରାତ୍ମକ ରୋଗ ମଧ୍ୟ ସୃଷ୍ଟି କରିଥାଏ।
ବହୁ ପରିଶ୍ରମ କରି ଖାଦ୍ୟ ପ୍ରସ୍ତୁତ କରାଯାଏ।
ଏତଦ ବ୍ୟତୀତ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟଦ୍ରବ୍ୟରେ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ଥାଏ।
ମାତ୍ର ଏହି ପୋଷକ ଯୁକ୍ତ ଖାଦ୍ୟକୁ ଏଲୁମିନିୟମ କିମ୍ବା ପ୍ଲାଷ୍ଟିକ ଡ଼ବାରେ ରଖିବା ଦ୍ୱାରା ଏହାର ସମସ୍ତ ଭିଟାମିନ ନଷ୍ଟ ହୋଇଯାଏ।
ଖାଦ୍ୟ ଗରମ ଥିବା ଅବସ୍ଥାରେ ଏଲୁମିନିୟମ ପ୍ୟାକେଟ କିମ୍ବା ପ୍ଲାଷ୍ଟିକ ଡ଼ବାରେ ଏହାକୁ ଆଦୌ ରଖିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଏଥିରେ ଥିବା କ୍ଷତିକାରକ ରାସାୟନିକ ପଦାର୍ଥ ଖାଦ୍ୟରେ ଶୀଘ୍ର ମିଶିଯାଏ।
ଯାହା ଆମର ବିଭିନ୍ନ ହରମୋନର ସଠିକ ସନ୍ତୁଳନ ଉପରେ କୁପ୍ରଭାବ ପକାଏ। ବିଶେଷ କରି ଛୋଟ ପିଲାଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଯାଏ।
ଏଲୁମିନିୟମ ଓ ପ୍ଲାଷ୍ଟିକ ପ୍ୟାକେଟରେ ଥିବା ଖାଦ୍ୟ ସର୍ବଦା ଖାଇଲେ ପେଟ ଜନିତ ବିିଭିନ୍ନ ରୋଗ ସୃଷ୍ଟି ହୋଇଥାଏ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories