www.samajalive.in
Wednesday, December 10, 2025
17.1 C
Bhubaneswar

କୋଭିସିଲ୍ଡ ଓ କୋଭାକ୍ସିନ ଟିକା ନିରାପଦ – ଡିସିଜିଆଇ

ଭାରତରେ କରୋନା ମହାମାରୀ ନିମନ୍ତେ ଦୁଇଟି ଟିକା କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିବା ବେଳେ ଉଭୟ ଟିକା ନିରାପଦ ବୋଲି ଆଜି ଭାରତୀୟ ଔଷଧ ନିୟାମକ ନିର୍ଦ୍ଦେଶକ କହିଛନ୍ତି। ଡିସିଜିଆଇ ନିର୍ଦ୍ଦେଶକ ଡକ୍ଟର ଭି. ଜି. ସୋମାନି କହିଛନ୍ତି ଯେ ବହୁ ପରୀକ୍ଷାନିରୀକ୍ଷା ପରେ ଏହି ଦୁଇଟି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଆଜିର ଘୋଷଣାରେ ଡକ୍ଟର ସୋମାନି କହିଛନ୍ତି ଯେ ସେରମ ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଏବଂ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଭଳି ଦୁଇଟି ଟିକାକୁ ମଞ୍ଜୁରୀ ଦେବାରେ ଭାରତ ହେଉଛି ପ୍ରଥମ ଦେଶ। ଏହି ଦୁଇଟି ଟିକା ଏବେ ଦେଶର ଲୋକଙ୍କୁ ଦିଆଯିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।

- Advertisement -

ଗତକାଲି ବିଶେଷଜ୍ଞ କମିଟି ଏହି ଦୁଇଟି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ଡିସିଜିଆଇ ଉଭୟ ଟିକା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିବା ପରେ ଏହାର ବ୍ୟବହାର ପାଇଁ ଅନୁମତି ଦେବାକୁ ସୁପାରିଶ କରିଥିଲା। ଉଭୟ ଟିକା ଟୀକାକରଣ ପାଇଁ ବ୍ୟବହାର କରାଯିବ ଓ ଜଣେ ବ୍ୟକ୍ତିଙ୍କୁ ଏହି ଟୀକାଗୁଡିକର ୨ଟି ଡୋଜ ଦିଆଯିବ। ଅନ୍ୟପକ୍ଷରେ ଏହି ଦୁଇଟି ଟିକାକୁ ୨ରୁ ୮ଡିଗ୍ରୀ ତାପମାତ୍ରାରେ ସଂରକ୍ଷିତ କରାଯାଇପାରିବ। ଡିସିଜିଆଇ ଅନୁଯାୟୀ, ସେରମ ପ୍ରତିଷ୍ଠାନ ତିଆରି ଟିକା କୋଭିସିଲ୍ଡର ସାମଗ୍ରିକ କ୍ଷମତା ୭୦.୪୨ ପ୍ରତିଶତ ରହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories