ଶେଷ ବଲ୍‌ ରୋମାଞ୍ଚ ; ପଞ୍ଜାବକୁ ହରାଇଲା କେକେଆର୍‌

କଲକାତା : ଆଇପିଏଲ୍‌ରେ ଏକ ରୋମାଞ୍ଚକର ମ୍ୟଚରେ ସୋମବାର  ଶେଷ ବଲ୍‌ରେ ବିଜୟୀ ହୋଇଛି କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) । ଶେଷ ବଲ୍‌ରେ ୨ ରନ୍‌ ଆବଶ୍ୟକ ଥିବା ବେ​ଳେ‌ଳ ରିଙ୍କୁ ସିଂହ ଚୌକାମାରି କେକେଆର୍‌ ଦଳକୁ ଜିତାଇଥିଲେ। ପଞ୍ଜାବ କିଙ୍ଗ୍‌ସକୁ ୫ ୱିକେଟରେ ପରାସ୍ତକରି କେକେଆର୍ ପ୍ଲେଅଫ୍ ଦୌଡ଼ରେ ବଜାୟ ରହିଛି। ଶିଖର ଧାୱନଙ୍କ ଅର୍ଦ୍ଧଶତକ ସହ ତଳ ଅର୍ଡର ବ୍ୟାଟ୍‌ସମ୍ୟାନଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ପଞ୍ଜାବ କିଙ୍ଗ୍‌ସ ୭ ୱିକେଟରେ ୧୭୯ ରନ୍‌ କରିଥିଲା। ନୀତୀଶ ରାଣାଙ୍କ ଅର୍ଦ୍ଧଶତକ ପରେ ରସେଲ୍‌ଙ୍କ ପ୍ରହାର ବଳରେ ଶେଷ ବଲ୍‌ରେ ୫ ୱିକେଟ୍‌ ହରାଇ କେକେଆର୍ ଜିତିଥିଲା। ୧୧ଶ ମ୍ୟାଚ୍‌ରେ କେକେଆର୍ ୫ମ ବିଜୟ ସହ ୫ମ ସ୍ଥାନକୁ ଉଠିଛି। ପଞ୍ଜାବ ୧୧ଶ ମ୍ୟାଚ୍‌ରେ ୬ଷ୍ଠ ପରାଜୟ ଭୋଗିଛି।
୧୮୦ ରନ୍‌ ଲକ୍ଷ୍ୟରେ କଲକାତା ନାଇଟ୍‌ ରାଇଡର୍ସ ଦୃଢ଼ତାର ସହ ଇନିଂସ ଆରମ୍ଭ କରିଥିଲା। ୩୮ ରନ୍‌ର ଓପ୍‌ନିଂ ଭାଗିଦାରୀ ପ​‌େ​‌ର ରହମନୁଲ୍ଲା ଗୁର୍‌ବାଜ ୧୨ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୫ ରନ୍‌କରି ଆଉଟ୍‌ ହୋଇଥିଲେ। ଇଂଲଣ୍ଡର ଓପ୍‌ନର ଜେସନ୍ ରୟ ଆକର୍ଷଣୀୟ ବ୍ୟାଟିଂ କରିଥିଲେ ହେଁ ୮ମ ଓଭରରେ ବିଦାୟ ନେଇଥିଲେ। ଜେସନ୍ ରୟ ୨୪ ବଲ୍‌ରୁ ୮ଟି ଚୌକା ସହ ୩୮ ରନ୍‌ କରିଥିଲେ। ପରେ ଦୁଇ ବାମହାତି ନୀତୀଶ ରାଣା ଓ ଭେଙ୍କଟେଶ ଆୟର ସ୍କୋର୍‌କୁ ଆଗେଇ ନେଇଥିଲେ। ଅଧିନାୟକ ନୀତୀଶ ଆକ୍ରମଣ କରିଥିବା ବେଳେ ବାମହାତି ଭେଙ୍କଟେଶ ଧିମା ବ୍ୟାଟିଂ କରିଥିଲେ। ୧୩ ବଲ୍‌ରୁ ବିନା ବାଉଣ୍ଡରୀରେ ୧୧ ରନ୍‌କରି ଭେଙ୍କଟେଶ ଆୟର ବିଦାୟ ନେଇଥିଲେ। ନୀତୀଶ ରାଣା ୩୮ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୫୧ ରନ୍‌କରି ଆଉଟ୍‌ ହୋଇଥିଲେ। ୪ ଓଭରରୁ ୫୧ ରନ୍‌ ଆବଶ୍ୟକ ଥିବା ବେଳେ ଆ​‌େ​‌ନ୍ଦ୍ର ରସେଲ୍‌ ଓ ରିଙ୍କୁ ସିଂହ ଆକ୍ରମଣ କରି ପରବର୍ତ୍ତୀ ୩ ଓଭରରୁ ୪୫ ରନ୍‌ ନେଇ ପାରିଥିଲେ। ଅର୍ଶଦୀପ ସିଂହ ବୋଲିଂ କରିଥିବା ଶେଷ ଓଭରରୁ ୬ ରନ୍‌ ଆବଶ୍ୟକ ଥିବା ବେଳେ ପ୍ରଥମ ୪ ବଲ୍‌ରୁ ୪ ରନ୍‌ ହୋଇଥିଲା ରସେଲ୍‌ ୫ମ ବଲ୍‌ରେ ଆଉଟ୍‌ ହୋଇଥିଲେ। ଶେଷ ବଲ୍‌ରୁ ୨ ରନ୍‌ ଆବଶ୍ୟକ ଥିଲା। ରିଙ୍କୁ ସିଂହ ଚୌକାମାରି ଟୁର୍ଣ୍ଣାମେଣ୍ଟରେ ୨ୟ ଥର ଶେଷ ବଲ୍‌ରେ କେକେଆର୍‌କୁ ଜିତାଇଥିଲେ। ରସେଲ୍‌ ବିସ୍ଫୋରକ ବ୍ୟାଟିଂକରି ୨୩ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୪୨ ରନ୍‌ କରିଥିଲେ। ରିଙ୍କୁ ୧୦ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୧ ରନ୍‌କରି ଅପରାଜିତ ଥିଲେ। ରାହୁଲ ଚହର ୨ଟି ୱିକେଟ ନେଇଥିଲେ। ଆ‌େ‌ନ୍ଦ୍ର ରସେଲ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ପଞ୍ଜାବ କିଙ୍ଗ୍‌ସ ବ୍ୟାଟିଂ କରିଥିଲା। ପଞ୍ଜାବର ଓପ୍‌ନିଂ ଯୋଡ଼ି ୨୧ ରନ୍‌ କରିବା ପରେ ପ୍ରଭସିମ୍ରନ ସିଂହ ୮ଟି ବଲ୍‌ରୁ ୩ଟି ଚୌକା ସହ ୧୨ ରନ୍‌କରି ଆଉଟ୍‌ ହୋଇଥିଲେ। ଭାନୁକା ରାଜପକ୍ଷ ଖାତା ଖୋଲି ପାରିନଥିଲେ। ପଞ୍ଜାବ କିଙ୍ଗ୍‌ସ ଅଧିନାୟକ ଶିଖର ଧାୱନ ଗୋଟିଏ ପଟୁ ଚମତ୍କାର ବ୍ୟାଟିଂ କରିଥିଲେ। ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍ ୯ ବଲ୍‌ରୁ ୩ଟି ଚୌକା ସହ ୧୫ ରନ୍‌କରି ଆଉଟ୍‌ ହୋଇଥିଲେ। ୫୩ ରନ୍‌ରେ ୩ଟି ୱିକେଟ ପଡ଼ିବା ପରେ ଧାୱନ ଓ ଜିତେଶ ଶର୍ମା ଲଢ଼ୁଆ ବ୍ୟାଟିଂକରି ୪ର୍ଥ ୱିକେଟ ପାଇଁ ୭ ଓଭରରୁ ୫୩ ରନ୍‌ ଯୋଡ଼ିଥିଲେ। ବିଦର୍ଭର ଜିତେଶ ଶର୍ମା ୧୮ ବଲ୍‌ରୁ ୨ଟି ଛକା ସହ ୨୧ ରନ୍‌କରି ଆଉଟ୍‌ ହୋଇଥିଲେ। ସାମ୍ କରନ୍ ୪ ରନ୍‌ କରିଥିଲେ। ୧୫ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ଥିବା ବାମହାତି ଶିଖର ଧାୱନ ୪୭ ବଲ୍‌ରୁ ଗୋଟିଏ ଛକା ଓ ୯ଟି ଚୌକା ସହ ୫୭ ରନ୍‌କରି ଆଉଟ୍‌ ହୋଇଥିଲେ। ଋଷି ଧାୱନ, ଏମ୍. ଶାହ୍‌ରୁଖ୍ ଖାଁ ଓ ହରପ୍ରୀତ ବ୍ରାର୍‌ଙ୍କ ବିସ୍ଫୋରକ ଇନିଂସ ଯୋଗୁଁ ଶେଷ ୨ ଓଭରରୁ ପଞ୍ଜାବ ୩୬ ରନ୍‌ କରିଥିଲା। ଋଷି ଧାୱନ ୧୧ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୯ ରନ୍‌ କରିଥିଲେ। ଶାହ୍‌ରୁଖ୍‌ ଖାଁ ୮ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୧ ଏବଂ ହରପ୍ରୀତ ବ୍ରାର ୯ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୭ ରନ୍‌କରି ଅପରାଜିତ ଥିଲେ। ବରୁଣ ଚକ୍ରବର୍ତ୍ତୀ ୩ଟି ଓ ହର୍ଷିତ ରାଣା ୨ଟି ୱିକେଟ ନେଇଥିଲେ।

Comments are closed.