କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ : ପ୍ରଚାର ଅଭିଯାନ ସରଗରମ

0

ବେଙ୍ଗାଲୁରୁ : କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସରଗରମ ହୋଇ ଉଠିଛି। ମତଦାତାମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ଓ କଂଗ୍ରେସର ତାରକା ପ୍ରଚାରକମାନେ ଜୋରସୋରରେ ଉଦ୍ୟମ ଚଳାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଲ୍ଲବୁର୍ଗି, ବଲ୍ଲାରୀ ଓ ବେଙ୍ଗାଲୁରୁରେ ନିର୍ବାଚନୀ ସଭାଗୁଡ଼ିକରେ ଉଦ୍‍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କର୍ଣ୍ଣାଟକରେ ଗୁରୁବାର ଠାରୁ ତାଙ୍କର ୩ଦିନିଆ ପ୍ରଚାର ଅଭିଯାନ ଆରମ୍ଭ କରିବେ । ଅନ୍ୟପକ୍ଷରେ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ ଦୁଇଦିନିଆ ନିର୍ବାଚନ ପ୍ରଚାର ପାଇଁ ଆଜି କର୍ଣ୍ଣାଟକ ଯାଇଛନ୍ତି । ସେ ବିଦାର, କଲ୍ଲବୁର୍ଗି, ଧାରୱାଡ୍‍ ଓ ଗଡଗ ଜିଲ୍ଲାରେ ନିର୍ବାଚନୀ ସଭାକୁ ଉଦବୋଧନ ଦେବେ। ଶ୍ରୀ ଗାନ୍ଧି ନିର୍ବାଚନୀ ସଭାଗୁଡ଼ିକରେ ଉଦ୍‍ବୋଧନ ଦେବା ସଙ୍ଗେସଙ୍ଗେ ରୋଡ୍‍ସୋ’ରେ ମଧ୍ୟ ଅଂଶଗ୍ରହଣ କରିବେ ।

ପୂର୍ବରୁ ବିଜେପି ଅଧ୍ୟକ୍ଷ ଅମିତ ଶାହା କର୍ଣ୍ଣାଟକ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ନିଜ ଦଳ ପାଇଁ ପ୍ରଚାର କରିଛନ୍ତି।

୨୨୪ ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ୧୨ ତାରିଖରେ ଭୋଟ୍‍ ଗ୍ରହଣ କରାଯିବ ଏବଂ ୧୫ ତାରିଖରେ ଭୋଟ୍‍ ଗଣତି ହେବ ।

Leave A Reply