୬୫୦ ଡାକ ଘରେ ଆସନ୍ତା ମାସ ସୁଦ୍ଧା ପେମେଣ୍ଟ ବ୍ୟାଙ୍କ୍‍

0

ଭୋପାଳ : ଦେଶର ୬୫୦ଟି ଡାକ ଘରେ ଆସନ୍ତା ମାସ ସୁଦ୍ଧା ପେମେଣ୍ଟ ବ୍ୟାଙ୍କ୍‍ ଖୋଲାଯିବ। କେନ୍ଦ୍ର ଦୂରସଞ୍ଚାର ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ରବିବାର ଭୋପାଳରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି । ପେମେଣ୍ଟ ବ୍ୟାଙ୍କ୍‍ଗୁଡ଼ିକର ସମନ୍ୱିତ ବ୍ୟବସ୍ଥା କାର୍ଯ୍ୟ ଶେଷ ହୋଇଯାଇଛି ଏବଂ ରିଜର୍ଭ ବ୍ୟାଙ୍କ୍‍ର ଯେଉଁସବୁ ବାଧ୍ୟତାମୂଳକ ପ୍ରକ୍ରିୟା ରହିଛି ତାହା ସପ୍ତାହକ ଭିତରେ ସମ୍ପୂର୍ଣ୍ଣ କରାଯିବ । ସେ କହିଛନ୍ତି ଡାକ ବିଭାଗର ପେମେଣ୍ଟ ବ୍ୟାଙ୍କ୍‍ଗୁଡ଼ିକ ଦେଢ଼ ଲକ୍ଷ ଡାକ ଘରେ ଲୋକମାନଙ୍କ ପାଇଁ ବ୍ୟାଙ୍କ୍‍ ସେବା ଉପଲବ୍ଧ କରାଇବେ। ଏହାଦ୍ୱାରା ସରକାରଙ୍କ ଅର୍ଥନୈତିକ ଅନ୍ତର୍ଭୁକ୍ତି କରଣ ଯୋଜନା ଏବଂ ଦୁର୍ଗମ ଅଞ୍ଚଳରେ ପ୍ରତ୍ୟକ୍ଷ ରିହାତି ହସ୍ତାନ୍ତର ସଫଳ ଭାବେ କାର୍ଯ୍ୟକାରୀ ହୋଇ ପାରିବ।

Leave A Reply