ଗୁଡିରେ ନିଆଁ ଲଗାଇ ଆକ୍ରମଣ, ଇସ୍ରାଏଲ୍‌ର ଗାଜା ସୀମାରେ ବ୍ୟାପକ ଫସଲ  ନଷ୍ଟ

0

ଗାଜା:  ଏବେ ଇସ୍ରାଏଲ୍‌ ସୀମାବର୍ତ୍ତି ଅଞ୍ଚଳରେ ପାଲେଷ୍ଟାଇନ୍‌ ବିଦ୍ରୋହୀଙ୍କ ପକ୍ଷରୁ ନୂଆ ଢଙ୍ଗରେ ଆକ୍ରମଣ କରାଯାଉଛି । ଗହମ ଅମଳ ହେବାର ସମୟ ହେଉଥିବାରୁ ବିଭିନ୍ନ ସୀମାବର୍ତ୍ତି ଅଞ୍ଚଳରେ ଫସଲ ପାଚିବା ଓ ଶୁଖିବା ଅବସ୍ଥାରେ ରହିଛି । ବିଦ୍ରୋହୀମାନେ ବଡ ବଡ ଗୁଡିର ଲାଞ୍ଚରେ ନିଆଁ ଲଗାଇ ପବନ ଇସ୍ରାଏଲ୍‌ ପଟକୁ ବହୁଥିବା ସମୟରେ ଆକାଶରେ ଏହି ଗୁଡିକୁ ଛାଡୁଛନ୍ତି । ଏଥିପାଇଁ ବ୍ୟାପକ ଫସଲ  ନଷ୍ଟ ହେବା ସହ ଇସ୍ରାଏଲ୍‌ ସୀମାରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଗତ କିଛି ମାସ ଧରି ବିଦ୍ରୋହୀମାନେ ଏପରି ଗୁଡିରେ ନିଆଁ ଲଗାଇ ଆକ୍ରମଣ କରୁଛନ୍ତି । ଏହି ଗୁଡିରେ  ଲାଞ୍ଜ ଲଗାଇବା ସହ କେତେକ ରାସାୟନିକ ଦ୍ରବ୍ୟ ପ୍ରଲେପନ ଦେବାରୁ ନିଆଁ ଅଧିକ ଅଞ୍ଚଳକୁ ବ୍ୟାପୁଥିବା ଇସ୍ରାଏଲ୍‌ର ସୁରକ୍ଷା ସଂସ୍ଥାମାନେ ପ୍ରକାଶ କରିଛନ୍ତି ।

ଗତ କିଛି ଦିନ ତଳେ ଗୁଡି ନିଆଁରେ ପ୍ରାୟ ୬୨୦୦ ଏକରର ଗହମ ଫସଲ ପୋଡି ନଷ୍ଟ ହୋଇଯାଇଛି । ଏବେ ଏପରି ଗୁଡିକୁ ନଷ୍ଟ କରିବା ପାଇଁ ଇସ୍ରାଏଲ୍‌ ପକ୍ଷରୁ ଡ୍ରୋନ୍‌ ବ୍ୟବହାର କରାଯାଉଛି । ମାସକୁ ୨ହଜାରରୁ ଅଧିକ ଗୁଡିରେ ନିଆଁ ଲଗାଇ ଏପରି ଆକ୍ରମଣ କରାଯାଉଛି । ଡ୍ରୋନ ସାହାଯ୍ୟରେ ୫୦୦ର ଅଧିକ ଏପରି ଗୁଡିକୁ ନଷ୍ଟ କରାଗଲାଣି ବୋଲି ଇସ୍ରାଏଲ୍‌ ସେନା ସୂଚନା ଦେଇଛି।

ଦେଖନ୍ତୁ ଭିଡିଓ-

video courtesy  i 24 news

Leave A Reply