www.samajalive.in
Thursday, December 11, 2025
23.1 C
Bhubaneswar

ପ୍ରତି ୧୦ ଜଣ ବୟସ୍କଙ୍କ ମଧ୍ୟରୁ ଜଣଙ୍କୁ ପ୍ରଭାବିତ କରୁଛି କିଡନୀ ରୋଗ , ୨୦୪୦ ସୁଦ୍ଧା ହେବ ମୃତ୍ୟୁର ପଞ୍ଚମ ପ୍ରମୁଖ କାରଣ

ଭୁବନେଶ୍ୱର,: କିଡନୀ ରୋଗ ପ୍ରତି ୧୦ ଜଣ ବୟସ୍କଙ୍କ ମଧ୍ୟରୁ ପ୍ରାୟ ଜଣଙ୍କୁ ପ୍ରଭାବିତ କରୁଛି ଏବଂ ୨୦୪୦ ସୁଦ୍ଧା ଏହା ମୃତ୍ୟୁର ପଞ୍ଚମ ପ୍ରମୁଖ କାରଣ ହେବାକୁ ଯାଉଛି। ଚଳିତ ବର୍ଷ ପାଇଁ କିଡନୀ ଦିବସର ବିଷୟବସ୍ତୁ ରହିଛି-କିଡନୀର ଉତମ ଯତ୍ନ ପାଇଁ ଜ୍ଞାନର ବ୍ୟବଧାନକୁ ଦୂର କରିବା ନିମନ୍ତେ ଏକ ସେତୁ ସ୍ଥାପନ ସେଥିପାଇଁ କିଡନୀ ରୋଗର ଶ୍ରୀଘ୍ର ଚିହ୍ନଟ, ପ୍ରତିରୋଧ ଏବଂ ଚିକତ୍ସାର ଆବଶ୍ୟକତା ରହିଛି ବୋଲି ଏଏମଆରଆଇ ଡାକ୍ତରଖାନାର ବରିଷ୍ଠ ପରାମର୍ଶଦାତା ନେଫ୍ରୋଲୋଜିଷ୍ଟ ଏବଂ କିଡନୀ ପ୍ରତିରୋପଣ ଚିକିତ୍ସକ, ଡା ସୁକାନ୍ତ କିଶୋର ଦାସ କହିଛନ୍ତି। ସେ କହିଛନ୍ତି ଯେ, କିଡନୀ ରୋଗ ଏକ ବିଶ୍ୱ ସ୍ୱାସ୍ଥ୍ୟ ବୋଝ ହେବା ସତ୍ୱେ, ଅନ୍ୟ ଅଣ-ସଂକ୍ରାମକ ରୋଗ ପରି କ୍ୱଚିତ ପ୍ରାଥମିକତା ପାଇଥାଏ।

 

- Advertisement -

ତେଣୁ ଏହି ଜ୍ଞାନ ବ୍ୟବଧାନକୁ ଦୂର କରିବାର ଆବଶ୍ୟକତା ରହିଛି। ସେ ଏହା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ, ଡାଏଲିସିସ ଥରେ କରାଯିବା ପରେ, ପରବର୍ତୀ ସମୟରେ ସର୍ବଦା ଆବଶ୍ୟକ ହେବ ବୋଲି ଭ୍ରାନ୍ତ ଧାରଣା ରହିଛି। କିଡନୀ ବିଫଳତାର ଅନ୍ତର୍ନିହିତ କାରଣ ଉପରେ ନିର୍ଭର କରେ। ଡାଏଲିସିସ୍‍ ଆବଶ୍ୟକ କରୁଥିବା ରୋଗୀଙ୍କୁ ଅଳ୍ପ ସମୟ ପାଇଁ ଏହା କରିବାକୁ ପଡ଼ିପାରେ। ସେମାନେ ଦୀର୍ଘ ସମୟ ପାଇଁ କ୍ୱଚିତ ଡାଏଲିସିସ୍‍ ଆବଶ୍ୟକ କରନ୍ତି। କିଡନୀ ବିଫଳତା ପଛରେ ଥିବା କାରଣର ଚିକିତ୍ସା ପରେ ସେମାନଙ୍କର କିଡନୀ ସ୍ୱାଭାବିକ କାର୍ୟ୍ୟ କରିଥାଏ। ସ୍ଥାୟୀ ଡାଏଲିସିସ୍‍ ଭୟରେ ଡାଏଲିସିସରେ ବିଳମ୍ବ କ୍ଷେତ୍ରରେ ଜୀବନ ପ୍ରତି ବିପଦ ହୋଇପାରେ ବୋଲି ସେ କହିଛନ୍ତି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories