www.samajalive.in
Sunday, December 7, 2025
26.1 C
Bhubaneswar

ମହାପୁରୁଷ,ଦେବାଦେବୀଙ୍କ ଚିତ୍ର ନିକଟରେ ଗଦା ହୋଇଛି ଆର୍ବଜନା, କ୍ଷୁର୍ଣ୍ଣ ହେଉଛି ଐତିହ୍ୟ ପରମ୍ପରା

ଖୋର୍ଦ୍ଧା: ଐତିହ୍ୟ ପରମ୍ପରାକୁ ଲୋକଙ୍କ ମନରେ ସଚେତନ କରିବା,ଏପରିକି ଐତିହ୍ୟ ପରମ୍ପରାକୁ ଉଜ୍ଜିବିତ କରି ରଖିବା ପାଇଁ ସରକାରୀ କାନ୍ଥରେ ବିଭିନ୍ନ ଚିତ୍ର କରାଯାଉଛି।ଏପରିକି ଦେବଦେବୀଙ୍କ ଠାରୁ ଆରମ୍ଭ କରି ପ୍ରାଚୀନ ପରମ୍ପରାର ଚିତ୍ର, ଇତିହାସରେ ବର୍ଣ୍ଣିତ ଚିତ୍ର ଅଙ୍କାଯାଇ ସଚେତନ କରାଯାଉଛି। ହେଲେ ଖୋର୍ଦ୍ଧା ପୌର କାର୍ଯ୍ୟାଳୟ ପ୍ରାଚୀରରେ ଅଙ୍କା ଯାଇଥିବା ବିଭିନ୍ନ ଦେବଦେବୀ ତଥା ଗଣେଶ, ଶିବ, ଶିରଡି ସାଇବାବା, ବୁଦ୍ଧ, ଯୀଶୁ, କାଳୀ, ମହାପୁରୁଷ, ବିଭିନ୍ନ ଧର୍ମର ପ୍ରତୀକ ଆଦି ଭଗବାନଙ୍କ ଚିତ୍ର ଉପରେ କାନ୍ଥକୁ ଲଗାଯାଇ ବାଲି ଗଦାଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ପଥର ଏବଂ ଅଳିଆ ଆବର୍ଜନା ଗଦା ହୋଇଛି। ଫଳରେ ବାଲି ଗଦାରେ ଭଗବାନଙ୍କ ଚିତ୍ର ଉପରେ ବାଲି ଲଦି ହୋଇ ପୋତି ହୋଇଯାଇଥିବାରୁ ଭଗବାନଙ୍କ ଚିତ୍ର ଅଧା ଦେଖାଯାଉନି। ଏହାଦ୍ୱାରା ଓଡ଼ିଆ ଜାତିର ଐତିହ୍ୟ ପରମ୍ପରା କ୍ଷୁର୍ଣ୍ଣ ହେଉଛି। ତେଣୁ ପୌର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି।
ପ୍ରକାଶ ଥାଉକି  ମହାମାରୀ କରୋନା କଟକଣା ନେଇ ଅନେକ ଜୀବନ ଜୀବିକା ହରାଇଛନ୍ତି।ଏଭଳି ସ୍ଥିତିରେ ଲୋକଙ୍କୁ କାମ ଯୋଗାଇବା ତଥା ତାର ପରିବାର ପୋଷଣ ପାଇଁ ରୋଜଗାର ର ବାଟ ଫିଟିଛି।ତେବେ ଏହି ରୋଜଗାର ପାଇଁ ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳିଛି।ଏପରି ସ୍ଥିତିରେ ଚିତ୍ରକରମାନେ ବିଭିନ୍ନ ସରକାରୀ କାନ୍ଥରେ ଚିତ୍ର ଆଙ୍କି ବେଶ ଦି ପଇସା ରୋଜଗାର କରିବା ସହିତ ପରିବାରରେ ଖୁସି ଫେରିଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories