ମାଟ୍ରିକ ପରୀକ୍ଷା : ରାଧାନାଥ ବିଦ୍ୟାପୀଠ, ଖୁଣ୍ଟୁଣୀର ସଫଳତା

ଗୁରୁଡିଝାଟିଆ : ଚଳିତ ମାଟ୍ରିକ ପରୀକ୍ଷାର ଫଳ ଗୁରୁବାର ପ୍ରକାଶ ପାଇଛି । ଗୁରୁଡିଝାଟିଆ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନର ଫଳାଫଳ ସନ୍ତୋଷ ଜନକ ହୋଇଥିବା ବେଳେ କେତେକ ବିଦ୍ୟାଳୟର ପରୀକ୍ଷା ପାସ ହାର ଶତପ୍ରତିଶତ ହୋଇଛି । ହେଲେ ଖୁଣ୍ଟୁଣୀ ରାଥାନାଥ ବିଦ୍ୟାପୀଠ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୩ଜଣ ବିଦ୍ୟାର୍ଥୀ ଏ-୧ରେ ଉତୀର୍ଣ୍ଣ ହୋଇ ସମଗ୍ର ଗୁରୁଡିଝାଟିଆ ଅଞ୍ଚଳରେ ରେକର୍ଡ ସୃଷ୍ଟି କରିଥିବା ବେଳେ ଆଠଗଡ ଶିକ୍ଷାଜିଲ୍ଲାରେ ନିଜର ନାମକୁ ମହିୟାନ କରିଛନ୍ତି । ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ୫୬୦ ନମ୍ବର ରଖି ଆଠଗଡ ବ୍ଲକରେ ୨ୟସ୍ଥାନରେ ରହିଥିବା ବେଳେ ବିଶ୍ୱଜିତ୍ ବାରିକ ୫୪୯ ନମ୍ବର ରଖି ଷଷ୍ଠ ସ୍ଥାନରେ ରହିଛନ୍ତି । ହାଇଜିନ୍ କମାଲ୍ ୫୪୦ ନମ୍ବର ରଖି ଆଠଗଡ ବ୍ଲକରେ ଅଷ୍ଟମ ସ୍ଥାନରେ ରହିଛନ୍ତି । ୩ଜଣ ଏ-୧ ପାଇଥିବା ବିଦ୍ୟାର୍ଥୀମାନଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଜୁ ଛାତ୍ର ଜନତାଦଳ ପକ୍ଷରୁ ସତ୍ୟପ୍ରିୟ ମହାନ୍ତି,ସଂପାଦକ ସୌମ୍ୟରଞ୍ଜନ ସାହୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଆଠଗଡ ବିକାଶ ମଞ୍ଚର ସଭାପତି ମାନସ ବସ୍ତିଆ ଏ-୧ ପାଇଥିବା ୩ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ସେମାନଙ୍କ ପିତାମାତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରି ଶୁଭେଚ୍ଛା ଜଣାଇବା ସହ ଅଧିକ ପାଠପଢାରେ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି। କଖଡି ସରକାରୀ ଉଚ୍ଚ ବିଦ୍ୟାଳୟ ,ଗୁରୁଡିଝାଟିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଗୁରୁଡିଝାଟିଆ କବିଚନ୍ଦ୍ର ଭୂବନେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ, ଗୁରୁଡିଝାଟିଆ ଶତପ୍ରତିଶତ ପାସ ହାର ରହିଛି । କମିଚନ୍ଦ୍ର ଭୂବନେଶ୍ୱର ନୋଡାଲ ଉଚ୍ଚବିଦ୍ୟାଳୟ,ଗୁରୁଡିଝାଟିଆରେ ଏ-୨ରେ ୩ଜଣ ଉତୀର୍ଣ୍ଣ ହୋଇଥିବା ବେଳେ କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏ-୨ରେ ୮ଜଣ ସେହିଭଳି ଗୁରୁଡିଝାଟିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏ୨ରେ ଜଣେ ଉତୀର୍ଣ୍ଣ ହୋଇଛନ୍ତି । ମୋଟାମୋଟି ଭାବରେ ଗୁରୁଡିଝାଟିଆ ଅଞ୍ଚଳର ମାଟ୍ରିକ ପରୀକ୍ଷା ଫଳ ସନ୍ତୋଷଜନକ ହୋଇଛି।

Comments are closed.