ଆଲବମ୍ ଅଭିନେତ୍ରୀଙ୍କୁ ବଳତ୍କାର ମାମଲା, ମୁଖ୍ୟ ଅଭିଯୁକ୍ତ ସୁରଜ ଗିରଫ
ଖଣ୍ଡଗିରି: ଆଲବମରେ ଅଭିନୟ କରିବାକୁ ଡାକି ଜଣେ ଅଭିନେତ୍ରୀଙ୍କୁ ବଳତ୍କାର କରିଥିବା ଅଭିଯୋଗରେ ଆଜି ସ୍ବତନ୍ତ୍ର ଦଳ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଭରତପୁର ଥାନାକୁ ହସ୍ତାନ୍ତର କରିଛି। ମୁଖ୍ୟ ଅଭିଯୁକ୍ତ ଜଣକ ହେଲେ ଭରତପୁରରେ ରହୁଥିବା ଜଗସିଂହପୁର ଜିଲା ବାଲିକୁଦାର ସରୋଜ ବିଶ୍ବାଳ ଓରଫ୍ ସୁରଜ। ଦୀର୍ଘ ୨୫ ଦିନର ଲୁଚକାଳି ଖେଳ ପରେ ଭୁବନେଶ୍ୱର ଓ ଖୋର୍ଦ୍ଧା ମଝିରେ ସୁରଜ ଏକ ସ୍ଥାନରେ ଲୁଚିଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ସ୍ବତନ୍ତ୍ର ଦଳ ପୁଲିସ ମାଡି ବସିଥିଲେ। ପୂର୍ବରୁ ସୁରଜର ସହଯୋଗୀ ଅନୁଗୁଳ ଜିଲା ମିଶ୍ରପଡାର ବିଷ୍ଣୁ ଚରଣ ବେହେରା (୨୬)କୁ ଘଟଣାର ୭ ଦିନ ପରେ ଭରତପୁର ଥାନା ପୁଲିସ ଭୁବନେଶ୍ୱରରୁ ଗିରଫ କରିଥିଲା।
ସୂଚନା ଥାଉକି ଗତ ୩ ତାରିଖ ଦିନ ଏକ ଆଲବମରେ ଅଭିନୟ କରିବାକୁ ଡାକି ଜଣେ ନାବାଳିକା ଅଭିନେତ୍ରୀକୁ ସୁରଜ ଓ ସହଯୋଗୀ ବିଷ୍ଣୁ ନାମକ ଦୁଇ ଯୁବକ ବଳତ୍କାର କରିଥିଲେ। ସୋନାଲି ଓ ସୌମ୍ୟଙ୍କ ଭୁମିକାରେ ଅଭିନୟ କରିବାକୁ ଫୋନ କରି ଡାକିଥିଲେ। ଅଭିନେତ୍ରୀ ଜଣକ ନିଜ ଗାଁରୁ ଆସି ଭୁବନେଶ୍ୱର ବରମୁଣ୍ଡାରେ ଓହ୍ଲାଇ ଥିଲେ। ସେଠାରେ ପହଞ୍ଚିବା ପରେ ସୁରଜ୍ ଏକ ବାର୍ତ୍ତା ପଠାଇଥିଲେ।ସୁରଜ ଜଣେ ୟୁଟୁବ କଳାକାର ଓ ସେ ନିଜେ ଅଭିନେତ୍ରୀ ଜଣକ ସହ ମୁଖ୍ୟ ଭୁମିକାରେ ଅଭିନୟ କରିବେ ବୋଲି ପରିଚୟ ଦେଇଥିଲେ। ବିଷ୍ଣୁ ତାଙ୍କୁ ଅଭିନେତ୍ରୀ ଜଣକ ଫୋନ ନମ୍ବର ଦେଇଥିବା କଥା ମଧ୍ୟ କହିଥିଲେ। ସୁରଜ ଅଭିନେତ୍ରୀ ଜଣକୁ ବରମୁଣ୍ଡା ବସ ରହଣି ସ୍ଥଳରୁ ନେଇ ଭରତପୁର ଶିବ ମନ୍ଦିର ଗଳିରେ ବିଷ୍ଣୁ ନେଇଥିବା ଭଡ଼ା ଘରକୁ ଯାଇଥିଲେ। ସେଠାରେ କିଛି ସମୟ ରହିବା ପରେ ମନ୍ଦିରରେ ଏକ ବିବାହ ସିନ ଅଛି କହି ଯାଇଥିଲେ। ସେଠାରେ ସୁଟିଂ ସାରି ପୁଣି ଭଡ଼ା ଘରକୁ ଫେରିଥିଲେ। ଭଡ଼ା ଘରେ ଏକ ସୁରଜ ଅଭିନେତ୍ରୀ ଜଣକୁ ଏକ ଅପହରଣ ଓ ବଳତ୍କାର ସିନ ଅଛି କହି ହାତ ଗୋଡ଼ ବାନ୍ଧି ବଳତ୍କାର କରିଥିଲେ। ଅଭିନେତ୍ରୀ ଜଣକ ବାରଣ କରିଥିଲେ ମଧ୍ୟ ସୁରଜ ଜମା ଶୁଣି ନଥିଲେ। ଏହା ପରେ ମଧ୍ୟ ଅଭିନେତ୍ରୀ ଜଣକୁ ସେଠାରୁ ଛାଡିନଥିଲେ। ପରଦିନ ଅଭିନେତ୍ରୀ ଜଣକ ସେଠାରୁ ଆସିଯାଇଥିଲେ। ପ୍ରଥମେ ମହିଳା କମିଶନର ଦ୍ବାରସ୍ଥ ହୋଇଥିଲେ। ସେଠାରେ ଦିନ ଦୁଇଟା ପର୍ଯ୍ୟନ୍ତ ବସି ନିରାଶ ହେବା ପରେ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣା ପରେ ସୁରଜ ଓ ବିଷ୍ଣୁଙ୍କୁ ଫେରାର ହୋଇଯାଇଥିଲେ। ପୁଲିସ ସ୍ବତନ୍ତ୍ର ଦଳ ଏସିପି ସଞ୍ଜିବ ଶତପଥୀ, ଭରତପୁର ଥାନା ପୁଲିସ, ଅଭିଯୁକ୍ତଙ୍କ ଫୋନ୍ ଟ୍ରାକିଂ କରି ଆଜି ମୁଖ୍ୟ ଅଭିଯୁକ୍ତ ସୁରଜକୁ ଗିରଫ କରିବାରେ ସଫଳ ହୋଇଥିଲେ।
Comments are closed.