୪ ଖଲିସ୍ଥାନ ଆତଙ୍କବାଦୀ ଗିରଫ

0

ଚଣ୍ଡିଗଡ଼ : ପଞ୍ଜାବ ପୁଲିସ ଗୁରୁବାର ଖଲିସ୍ଥାନ ସଂଗଠନର ଚାରିଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏମାନେ ହେଲେ ରଣଧୀର ସିଂହ, ସିଖବିନ୍ଦର ସିାଂହ, ମନବୀର ସିଂହ ଓ ଯଶପ୍ରୀତ ସିଂହ। ମୋହାଲିରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ ମ୍ୟାଚ ସମୟରେ ପୁଣି ଖଲିସ୍ଥାନ ପ୍ରସଙ୍ଗ ଉତ୍‌ଥାପନ କରିବାକୁ ଏମାନେ ଯୋଜନା କରୁଥିଲେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଏମାନଙ୍କର ଗୁରୁ କୁହାଯାଉଥିବା ଦୀପ କୁମାର ଓରଫ କୁଲବୀର କୌର ବର୍ତ୍ତମାନ ମାଲେସିଆରେ ଅବସ୍ଥାନ କରୁଛି ବୋଲି ସେମାନେ ସ୍ୱୀକାର କରିଛନ୍ତି। ଦୀପ କୌର ହ୍ୱାଟସଆପ୍‌ ଜରିଆରେ ପଞ୍ଜାବର ଯୁବକଙ୍କୁ ଖଲିସ୍ଥାନ ଆନ୍ଦୋଳନରେ ସାମିଲ ହେବାକୁ ପ୍ରବର୍ତ୍ତାଉଥିବା ଜଣାପଡିଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ସହାୟତାରେ ଏହି ଚାରିଜଣ ପାକ୍‌ ଅଧିକୃତ କାଶ୍ମୀରରେ ପ୍ରଶିକ୍ଷଣ ନେଉଥିଲେ ବୋଲି ଜଣାପଡିଛି।

Leave A Reply