www.samajalive.in
Monday, December 15, 2025
24.1 C
Bhubaneswar

ଚାବି ତିଆରି କରୁଥିବା ବ୍ୟକ୍ତି ଚୋରି କରିନେଲେ ୩୦ ଲକ୍ଷ ଟଙ୍କାର ସୁନାଗହଣା

ଗୁରୁଗ୍ରାମ – ଚାବି ତିଆରି କରୁଥିବା ଜଣେ ବ୍ୟକ୍ତି ଚାବି ତିଆରି କରିବା ପାଇଁ ଆସିବା ପରେ ୩୦ ଲକ୍ଷ ଟଙ୍କାର ସୁନାଗହଣା ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଅବସରପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଘରୁ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗୁରୁଗ୍ରାମର ସେକ୍ଟର ୧୫ରେ ଏହି ଅବସରପ୍ରାପ୍ତ କର୍ମଚାରୀ ବସବାସ କରନ୍ତି ।

ତାଙ୍କ ଘରେ କିଛି ସେଫ୍‌ ବା ଆଲମାରୀରେ ତାଲା କାମ କରୁନଥିଲା । ସେ ଜଣେ ଚାବି ତିଆରି କରୁଥିବା ବ୍ୟକ୍ତିଙ୍କୁ ଘରକୁ ଡାକିଥିଲେ। ଗତ ଶୁକ୍ରବାର ଦିନ ଏହି ଘଟଣା ଘଟିଥିଲା । ସୁରେନ୍ଦ୍ର କୁମାର ଯାଦବ ନାମକ ବ୍ୟକ୍ତି ଅବସରପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀ । ସେ ଚାବି ତିଆରିକରିବା ପରେ ତାଙ୍କ ସେଫ୍‌ରେ ଥିବା ଗହଣା କାଢିବା ପାଇଁ ଚାହିଁଥିଲେ। ହେଲେ ସେଫ୍‌ ଭିତରେ ଗହଣା ନଥିଲା । ତାଙ୍କର ପ୍ରାୟ ୩୦ ଲକ୍ଷ ଟଙ୍କାର ଗହଣା ଚୋରି ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ୍‌ ଏବେ ଏହି ଘଟଣାର ତଦନ୍ତ କରୁଛି । ଚୋରି ଗହଣା ଭିତରେ ସୁନା, ହୀରା ଏବଂ ରୁବି ଥିବା କଥା ସେ କହିଛନ୍ତି . ଏହି ସେଫ୍‌ରେ ସେ ହୀରା ମୁଦି, ମଙ୍ଗଳସୁତ୍ର କାନଫୁଲ ହାର ଇତ୍ୟାଦି ରଖିଥିବା କଥା କହିଛନ୍ତି । ଗୋଟିଏ ବ୍ୟାଗରେ ସେଫ୍‌ ଲକର୍‌ରେ ଏହି ଜିନିଷ ଥିଲା ।

- Advertisement -

ସେ ଚାବି ତିଆରି କରୁଥିବା ବ୍ୟକ୍ତିକୁ ଜଗି ରହିଥିଲେ । ମାତ୍ର ମଝିରେ ଅଳ୍ପ ସମୟ ପାଇଁ ଛାଡି କରିଯାଇଥିଲେ । ଚାବି ତିଆରି କରୁଥିବା ବ୍ୟକ୍ତି ଏହାର ଚାବି ତିଆରି କରାଯାଇ ପାରିବ ନାହିଁ ବୋଲି କହି ଚାଲିଯାଇଥିଲେ । ଏହାପେର ସେ ଅନ୍ୟ ଜଣେ ଚାବି ବାଲାଙ୍କୁ ଡାକିଥିଲେ । ସେ ଚାବି ତିଆରିକରିବା ପରେ ଚୋରି ଘଟଣା ସାମ୍ନାକୁ ଆସିଥିଲା । ସେଫ୍‌ ଭିତରୁ ଏକ ଭଙ୍ଗା ଚାବି ମଧ୍ୟ ବାହାରିଥିଲା । ଏବେ ପୋଲିସ୍‌ ପ୍ରଥମ ଚାବି ତିଆରି କରିଥିବା ବ୍ୟକ୍ତି ତଥା ଚୋରି ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories