www.samajalive.in
Monday, December 15, 2025
14.1 C
Bhubaneswar

ପିପିଲିରେ ଜାଗର ଉତ୍ସବ

ପିପିଲି:ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ପବିତ୍ର ଜାଗର ଉତ୍ସବ କୋଭିଡ୍‍ କଟକଣା ମଧ୍ୟରେ ସମାରୋହରେ ପାଳିତ ହୋଇଯାଇଛି। ବିଭିନ୍ନ ଶୈବପୀଠ ମାନଙ୍କରେ ଏଥିପାଇଁ ମଙ୍ଗଳବାର ପ୍ରତ୍ୟୁଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ବେଶ୍‍ ଭିଡ ପରିଲକ୍ଷିତ ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପିପିଲି ହାଟଛକ ସ୍ଥିତ ପ୍ରଭୁ ଶ୍ରୀସିଦେ୍ଧଶ୍ୱର ଦେବଙ୍କ ପୀଠରେ ପୂର୍ବାହ୍ନରେ ବିଶ୍ୱଶାନ୍ତି ଯଜ୍ଞ, ନାମ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ଗୋବର୍ଦ୍ଧନପୁର ଗ୍ରାମର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀଗତିଶ୍ୱରଦେବଙ୍କ ପୀଠରେ ବହୁସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

 

- Advertisement -

ହୁଙ୍କେଇପୁର ସ୍ଥିତ ପ୍ରଭୁ ଶ୍ରୀମୁକ୍ତେଶ୍ୱର ଦେବଙ୍କ ପୀଠରେ ମଧ୍ୟ ଭକ୍ତମାନଙ୍କର ବେଶ୍‍ ଭିଡ ପରିଲକ୍ଷିତ ହୋଇଥିବା ବେଳେ ବୁଢାପଡାର ପ୍ରଭୁ ଶ୍ରୀସୋମନାଥଦେବ, ବାଗେଶ୍ୱରପୁର ଗ୍ରାମର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀରାମେଶ୍ୱରଦେବ, ଖଣ୍ଡିଆଗିରି ସ୍ଥିତ ପ୍ରଭୁ ଶ୍ରୀହୁଙ୍କେଶ୍ୱରଦେବ, ପମସରା ସ୍ଥିତ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀଅର୍ଜୁନେଶ୍ୱରଦେବ, ମଢିଆଳିସାହି ସ୍ଥିତ ପ୍ରଭୁ ଶ୍ରୀନୀଳକଣ୍ଠେଶ୍ୱର ଦେବ, ଶ୍ରୀବାଲୁଙ୍କେଶ୍ୱର ଦେବ, ଉଜାଣୀପଡା ସ୍ଥିତ ଶ୍ରୀଗୋକୁଳେଶ୍ୱରଦେବ, ଦାଣ୍ଡମୁକୁନ୍ଦପୁର ସ୍ଥିତ ପ୍ରଭୁ ଶ୍ରୀନୀଳକଣ୍ଠେଶ୍ୱର, ମଙ୍ଗଳପୁର ସ୍ଥିତ ଶ୍ରୀମଙ୍ଗୁଳେଶ୍ୱର ଦେବ, ପ୍ରଭୁ ଶ୍ରୀସୋମନାଥଦେବ, ଶ୍ରୀନୀଳକଣ୍ଠେଶ୍ୱର ଦେବ, ପ୍ରଭୁ ଶ୍ରୀଲୋକନାଥ, ତେଇସିପୁର ସ୍ଥିତ ପ୍ରଭୁ ଶ୍ରୀସୋମନାଥଦେବ, ନୂଆଗୋଡିର ପ୍ରଭୁ ଶ୍ରୀକୁଣ୍ଡେଶ୍ୱରଦେବ, ମାଧିପୋଟଳ ଗ୍ରାମର ପ୍ରଭୁ ଶ୍ରୀଲୋକନାଥ, ସାତଶଙ୍ଖସ୍ଥିତ ପ୍ରଭୁ ଶ୍ରୀବୁଦେ୍ଧଶ୍ୱରଦେବ, ନୂଆଶାସନ ସ୍ଥିତ ପ୍ରଭୁ ଶ୍ରୀନୀଳକଣ୍ଠେଶ୍ୱର, ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର, ସଁପୁର ସ୍ଥିତ ପ୍ରଭୁ ଶ୍ରୀଅଷ୍ଟଶମ୍ଭୁ, ଲକ୍ଷ୍ମୀନାରାୟଣପୁର ସ୍ଥିତ ପ୍ରଭୁ ଶ୍ରୀସ୍ୱପ୍ନେଶ୍ୱରଦେବ, ସିଉଳା ଗ୍ରାମର ପ୍ରଭୁ ଶ୍ରୀବାଲୁଙ୍କେଶ୍ୱରଦେବ, ଲୋହପୁର ଗ୍ରାମର ପ୍ରଭୁ ଶ୍ରୀବିଶ୍ୱନାଥଦେବ, ଦରଡା ଗ୍ରାମର ପ୍ରଭୁ ଶ୍ରୀସୋମନାଥଦେବ, ମିର୍ଜାପୁର ସ୍ଥିତ ପ୍ରଭୁ ଶ୍ରୀଅମୃତେଶ୍ୱରଦେବଙ୍କ ସମେତ ବିଭିନ୍ନ ଶୈବପୀଠ ମାନଙ୍କରେ ସକାଳୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories