www.samajalive.in
Monday, December 15, 2025
27.1 C
Bhubaneswar

ମୋହନା ବ୍ଲକରେ ବିଜେଡ଼ିର ବାଜିମାତ, ବିଜେପି-କଂଗ୍ରେସ ଧରାଶାୟୀ

ମୋହନା: ରାଜ୍ୟରେ ଶେଷ ହୋଇଥିବା ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଫଳାଫଳ ଘୋଷଣା ଶେଷ ହୋଇଛି । ମୋହନା ବ୍ଳକର ରହିଥିବା ୩ଟି ଜିଲା ପରିଷଦ ଜୋନ ୮,୯,୧୦ର ସମସ୍ତ ଫଳାଫଳ ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ମୋହନା ବ୍ଲକର ୩ଟି ଜୋନରେ ବିଜେଡିର ବାଜିମାତ ହୋଇଛି। କଂଗ୍ରେସର ଦୁର୍ଗ ଭାବେ ପରିଚିତ ଅଡବା ଜୋନକୁ ବିଜେଡି ଧସେଇ ପଶି ଧୂଳିସାତ କରିଦେଇଛି।
ଘୋଷଣା କରାଯାଇଥିବା ଚନ୍ଦ୍ରଗିରି ୧୦ ନମ୍ବର ଜିଲା ପରିଷଦ ଜୋନର ଫଳାଫଳ ମଧ୍ୟ ବିଜେଡି ସପକ୍ଷରେ ଯାଇଛି। ବିଜେଡିର ସୁନିଲ କୁମାର ବିଷୋୟୀ ୧୧୦୫୪ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ଗୌରୀଶଙ୍କର ପ୍ରଧାନୀ ୬୧୬୮ ଓ ବିଜେପିର ବିଶ୍ବନାଥ ବିଷୋୟୀରତ୍ନ ୫୦୭୩ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି। ସେହିଭଳି ମୋହନା ୯ ନମ୍ବର ଜୋନର ବିଜେଡିର ଚନ୍ଦ୍ର କୁମାର ମଲ୍ଲିକ ୧୦୪୨୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ବୀ କଂଗ୍ରେସର ରାଜୀବ ମଲ୍ଲିକ ୬୦୧୬୮ ଓ ବିଜେପିର ସସ୍ମିତା ମଳିକ ୫୦୦୧ ଭୋଟ ପାଇ ପରାଜିତ ହୋଇଥିଲେ। ଅଡବା ୮ ନଂ ଜୋନର ବିଜେଡି ପ୍ରାର୍ଥୀ କୁନ୍ତଳା ମଲ୍ଲିକ ୧୫୦୫୧ ଭୋଟ ପାଇ ବିଜୟ ଲାଭ କରିଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ବୀ କଂଗ୍ରେସର ରୀନା ପ୍ରଧାନ ୯୫୬୯ ଓ ବିଜେପିର ଵସ୍ତି ମଲ୍ଲିକ ୨୭୬୦ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories