www.samajalive.in
Sunday, December 7, 2025
26.1 C
Bhubaneswar

ସୋସିଆଲ ମିଡିଆରେ ଅଡ଼ିଓ ଭାଇରାଲ ଘଟଣା; ପୌରାଧ୍ୟକ୍ଷାଙ୍କ ପକ୍ଷରୁ ଥାନାରେ ଏତଲା

କେଶଦୁରାପାଳ: ଆନନ୍ଦପୁର ପୌରପରିଷଦର ଅଧ୍ୟକ୍ଷା ରଜନୀରାଣୀ ଖଟୁଆଙ୍କ ନାଁରେ ସୋସିଆଲ ମିଡ଼ିଆରେ ଅଡ଼ିଓ ଭାଇରାଲ କରି ମିଥ୍ୟା ବଦନାମ କରିବା ଅଭିଯୋଗରେ ଆନନ୍ଦପୁର ଥାନାରେ ଅଧ୍ୟକ୍ଷାଙ୍କ ପକ୍ଷରୁ ଏତଲା ଦିଆଯାଇଛି। ଅଧ୍ୟକ୍ଷା ବୁଧବାର ନିଜ ନାଁରେ ସୋସିଆଲ ମିଡିଆରେ ମିଥ୍ୟା ଅଡ଼ିଓ ବା ଚାପରେ ବଦନାମ କରାଯିବା ଘଟଣାକୁ ନେଇ ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ଜଣେ ସରଳ ନିରୀହ ଆଦିବାସୀ ସମ୍ପ୍ରଦାୟର ମହିଳା ଅଧ୍ୟକ୍ଷା ଭାବେ ସୁପରିଚିତ ଥିବାବେଳେ ତାଙ୍କୁ ହୀନ ଉଦ୍ଦେଶ୍ୟମୂଳକ ଭାବେ ଶାସକ ଦଳର ଜଣେ ବରିଷ୍ଠ ନେତା ରମାକାନ୍ତ ବେହେରା ବଦନାମ କରିବା ନେଇ ମିଥ୍ୟା ଅଡ଼ିଓ ଭାଇରାଲ କରିଛନ୍ତି। ଏହି ଘଟଣା ନେଇ ସେ ନିଜକୁ ଅସୁରକ୍ଷିତ ମନେ କରୁଥିବାବେଳେ ଏହାର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆନନ୍ଦପୁର ଥାନା ଅଧିକାରୀ ଲକ୍ଷ୍ମୀକାନ୍ତ ପ୍ରଧାନଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣା ନେଇ ଆନନ୍ଦପୁର ପୌରାଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ଜଣେ ମହିଳାଙ୍କୁ ଅଶୋଭନୀୟ ବ୍ୟବହାରର ଅଡ଼ିଓ ଭାଇରାଲ କରିବାକୁ ବୃଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories