ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ

କେଶଦୁରାପାଳ : ଶିକ୍ଷା ପାଇଁ ଅର୍ଥ ପ୍ରତିବନ୍ଧକ ନହେବା ପାଇଁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ହରଚଣ୍ଡୀ ଶିକ୍ଷା ସେବା ପ୍ରତିଷ୍ଠାନ ପ୍ରତି ବର୍ଷ ପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ଆର୍ଥିକ ଅନଗ୍ରସର ଅନେକ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ଛାତ୍ରବୃତ୍ତି ଆକାରରେ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ୨ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେଇଛି । ଘଷିପୁରା ବ୍ଲକ ଅନ୍ତର୍ଗତ ଅଳତୀ କଲ୍ୟାଣ ମଣ୍ଡପ ସଭାଗୃହରେ ଡିଏନ୍ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସୁରେନ୍ଦ୍ରନାଥ ଜେନାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ହରଚଣ୍ଡୀ ଶିକ୍ଷା ସେବା ପ୍ରତିଷ୍ଠାନର ପ୍ରତିଷ୍ଠାତା ଲାଲମୋହନ ଦାଶ, ପୁରାତନ ଛାତ୍ର ସଂସଦ ସଭାପତି ଡ଼ଃ ରତିକାନ୍ତ ବରାଳ, ପୁରାତନ ଛାତ୍ର ସଂସଦ ସମ୍ପାଦକ ସମାଜସେବୀ ପ୍ରଭାତ ବରାଳ, ପୂର୍ବତନ କ୍ରୀଡା ଶିକ୍ଷକ କାର୍ତ୍ତିକପ୍ରସାଦ ଶତପଥୀ, ସ୍ଥପତି ହରେକୃଷ୍ଣ ମହାରଣା, ହରଚଣ୍ଡୀ ଶିକ୍ଷା ସେବା ପ୍ରତିଷ୍ଠାନର ଟ୍ରଷ୍ଟି ନାରାୟଣ ଦାଶ ପ୍ରମୁଖ ଯୋଗ ଦେଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ଚେକ୍ ବଣ୍ଟନ କରିଥିଲେ । ଶିକ୍ଷକ ବିଷ୍ଣୁ ନାରାୟଣ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅତିଥି ପରିଚୟ ପ୍ରସନ୍ନ ନାୟକ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଜିତେନ୍ଦ୍ର ଓଝା ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ ଡିଏନ୍ ବିଦ୍ୟାପୀଠର ପୁରାତନ ଛାତ୍ର କିଶୋରଚନ୍ଦ୍ର ଦାଶଙ୍କ ଦ୍ଵାରା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ମାଟ୍ରିକ ପରବର୍ତ୍ତୀ ଉଚ୍ଚତର ଶିକ୍ଷା ପାଇଁ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଉକ୍ତ ଫଣ୍ଡ୍‌ର ବାର୍ଷିକ ସୁଧରେ ପ୍ରତି ଆର୍ଥିକ ବର୍ଷରେ ଗରିବ ମେଧାବୀ ପିଲା ମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାକୁ ସୁବନ୍ଦୋବସ୍ତ କରାଯାଇଛି ।

Comments are closed.