ବଢ଼଼ିଲା କିରାସିନି କୋଟା 

0

ଭୁବନେଶ୍ୱର:ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସୁଫଳ ଆଣିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପରିବାର ପିଛା କିରୋସିନ୍‍ କୋଟା ବଢ଼ାଯାଇଛି। ପୂର୍ବରୁ ମୁଣ୍ଡ ପିଛା ମାସିକ ୬୫୦ ମିଲିଲିଟର କିରୋସିନି ବଣ୍ଟନ କରାଯାଉଥିବାବେଳେ ଏବେ ଏହାକୁ ଅଢ଼େଇ ଲିଟରକୁ ବୃଦ୍ଧି କରାଯାଇଛି। ଏନେଇ ପ୍ରତି ଜିଲା ଯୋଗାଣ ଅଧିକାରୀଙ୍କୁ ନିର୍ଦେଶନାମା ଜାରି କରାଯାଇଛି ବୋଲି ଶନିବାର ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।
ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୧୫୭ଜଣ ହୋଲସେଲର ରହିଛନ୍ତି। ରାସନକାର୍ଡ ଅନୁଯାୟୀ ୨କୋଟି ୯୮ଲକ୍ଷ ୮୯ହଜାର ୫୨ଜଣ ହିତାଧିକାରୀ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା(ଏନ୍‍ଏଫ୍‍ଏସ୍‍ଏ)ରେ ଅନ୍ତର୍ଭୁକ୍ତ। ପୂର୍ବରୁ ଏହି ସଂଖ୍ୟକ ହିତାଧିକାରୀଙ୍କ ପାଇଁ ମୁଣ୍ଡ ପିଛା ୬୫୦ ମିଲିଲିଟର କିରୋସିନ୍‍ ବଣ୍ଟନ କରାଯାଉଥିଲା। ଏବେ ସରକାରଙ୍କ କୋଟା ବୃଦ୍ଧି ପରେ ୮୦ଲକ୍ଷ ୪ହଜାର ୭୮୮ ପରିବାରକୁ ମାସିକ ଅଢ଼େଇ ଲିଟର ଲେଖାଏଁ କିରୋସିନ୍‍ ଯୋଗାଇ ଦିଆଯିବ। ପ୍ରତି ୨ମାସ ଅନ୍ତରରେ ଏହି ବଣ୍ଟନ ହେବ। ଜୁନ୍‍ ଓ ଜୁଲାଇ ପାଇଁ ଭାରତ ସରକାରଙ୍କ ପକ୍ଷରୁ ୨୦ହଜାର ୭୦୦କେଏଲ୍‍ଡି କିରୋସିନ୍‍ ଆବଣ୍ଟନ ହୋଇଛି। ତେବେ ପୂର୍ବରୁ ମୁଣ୍ଡ ପିଛା ଅନୁଯାୟୀ ୧୯ହଜାର ୪୨୭ କେଏଲ୍‍ଡି ବଣ୍ଟନ ହେଉଥିବାବେଳେ ଏବେ ପରିବାର ପିଛା ଏହି ପରିମାଣ ୨୦ହଜାର ୧୧କେଏଲ୍‍ଡିକୁ ବୃଦ୍ଧି ପାଇବ। ଯଦି ପରିବାରରେ ଜଣେ ବ୍ୟକ୍ତି ଥିବ ତେବେ ସେଠାରେ ମଧ୍ୟ ଅଢ଼େଇ ଲିଟର କିରୋସିନ୍‍ ଯୋଗାଣ ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

Leave A Reply