www.samajalive.in
Monday, December 15, 2025
24.1 C
Bhubaneswar

ଦରକାର ପଡ଼ିବନି କଣ୍ଟାକ୍ଟ ଲେନ୍ସ; ଏମିତି ବଦଳିଯିବ ଚକ୍ଷୁ ଡୋଳା ରଙ୍ଗ

ଚକ୍ଷୁ ଡୋଳା ରଙ୍ଗ ପରିବର୍ତ୍ତନ କରିବା ପାଇଁ କଣ୍ଟାକ୍ଟ ଲେନ୍ସ କିମ୍ବା ଅନ୍ୟ କୌଣସି ବିପଜ୍ଜନକ କୃତ୍ରିମ ପ୍ରତିରୋପଣର ଆବଶ୍ୟକତା ଏବେ ପଡ଼ିବନାହିଁ। ଡାକ୍ତରୀ ବିଦ୍ୟାରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ କରାଯାଇ ଚକ୍ଷୁ ଡୋଳା ରଙ୍ଗ ଆଜୀବନ ପରିବର୍ତ୍ତନ କରିପାରିବେ। କେରାଟୋପିଗମେଣ୍ଟେସନ୍ ପ୍ରଣାଳୀରେ ଲେଜର୍ ମାଧ୍ୟମରେ ରୋଗୀର ଆଖିରେ ଏକ ସୂକ୍ଷ୍ମ ଇଣ୍ଟ୍ରାକୋର୍ନିଆଲ୍ ଟନେଲ୍ ତିଆରି କରାଯାଇ ସେମାନଙ୍କ ଇଚ୍ଛା ଅନୁଯାୟୀ ଡୋଳା ରଙ୍ଗ ବଦଳାଇବା ପାଇଁ ଏକ ସ୍ୱତନ୍ତ୍ର ପିଗମେଣ୍ଟ ଭର୍ତ୍ତି କରାଯାଏ। ଅନ୍ୟାନ୍ୟ ଅଧିକ ଜଟିଳ କୌଶଳ ତୁଳନାରେ, କେରାଟୋପିଗମେଣ୍ଟେସନ୍ କେବଳ ଆଖିର ପୃଷ୍ଠକୁ ପ୍ରଭାବିତ କରିଥାଏ ଏବଂ ଏହି ଚିକିତ୍ସା ପରେ ରକ୍ତସ୍ରାବ, ସଂକ୍ରମଣ, ରେଟିନା ବିଚ୍ଛିନ୍ନତା କିମ୍ବା ଗ୍ଲୁକୋମା ଭଳି ଅସୁବିଧା ହୁଏନାହିଁ। ଡାକ୍ତର ଦଳ କହିଛନ୍ତି, ଏହି ଚିକିତ୍ସା ଜରିଆରେ ଜଣେ ବ୍ୟକ୍ତି ନିଜ ଚକ୍ଷୁ ଡୋଳାକୁ ସବୁଜ, ନୀଳ କିମ୍ବା ଗୋଲାପୀ ରଙ୍ଗରେ ବଦଳାଇପାରିବ। କେରାଟୋପିଗମେଣ୍ଟେସନ୍ ପଦ୍ଧତି ସାଧାରଣତଃ ଉଭୟ ଆଖି ପାଇଁ ୩୦ ରୁ ୪୫ ମିନିଟ୍ ସମୟ ନେଇଥାଏ ଏବଂ ନିଶ୍ଚେତକ ବ୍ୟବହାର ହେତୁ ଆଦୌ ଯନ୍ତ୍ରଣାଦାୟକ ନୁହେଁ। ଆମେରିକାସ୍ଥିତ କେତୋଟି ଜଣାଶୁଣା ଚକ୍ଷୁ ଚିକିତ୍ସାଳୟରେ ଏହି ଚିକିତ୍ସା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories