www.samajalive.in
Saturday, December 6, 2025
19.1 C
Bhubaneswar

ବାସି ରୁଟି ଚମକାଇବ ଭାଗ୍ୟ, ଏମିତି ଶାନ୍ତ ହେବେ ଶନି,ରାହୁ, କେତୁ ,ମିଳିବ ଧନସମ୍ପତ୍ତି..

ବାସି ରୁଟି ସ୍ୱାସ୍ଥ୍ୟ ପାଇଁ ଖୁବ୍‌‌ ଉପକାରୀ। ନିୟମିତ ଏହାର ସେବନ କଲେ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର ହେବା ସହ ଓଜନ ହ୍ରାସ ହୋଇଥାଏ। କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ବାସି ରୁଟିର କିଛି ସରଳ ଉପାୟ ଆପଣାଇବା ଦ୍ୱାରା ଧନସମ୍ପତ୍ତି ବୃଦ୍ଧି ସହ ଶନିଙ୍କ ପ୍ରଭାବ ଓ ସଙ୍କଟ ଦୂର ହୋଇଥାଏ। ଏହାସହ ଘରେ ମା’ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ଜାଣନ୍ତୁ..
ସାଧାରଣତଃ ଲୋକେ ଘରେ ରାତିରେ ପ୍ରସ୍ତୁତ ବଳକା ବାସି ରୁଟିକୁ ସକାଳେ ଫିଙ୍ଗି ଦେଇଥାଆନ୍ତି। ମାତ୍ର ବାସି ରୁଟି ସହ ଜଡିତ ଏଭଳି କେତେକ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଅତ୍ୟନ୍ତ ଲାଭ ମିଳିଥାଏ। ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବାସି ରୁଟି କେବଳ ଶନି, ରାହୁ, କେତୁଙ୍କ ଖରାପ ପ୍ରଭାବକୁ ଦୂର କରେ ତାହା ନୁହେଁ ବରଂ ଘରେ ଏହା ସୁଖସମୃଦ୍ଧି ମଧ୍ୟ ଆଣିଥାଏ।
ସୁଖସମୃଦ୍ଧି ଓ ଧନ ପ୍ରାପ୍ତି ପାଇଁ ଶନିବାର କିମ୍ବା ଅମାବାସ୍ୟା ଦିନ ଗାଈଙ୍କୁ ବାସି ରୁଟି ଓ କ୍ଷୀରୀ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଶନି ଦଶାରୁ ମୁକ୍ତି ମିଳିଥାଏ।
ବାସି ରୁଟିରେ ସୋରିଷ ତେଲ ଲଗାଇ କଳା କୁକୁରକୁ ଖାଇବାକୁ ଦେଲେ ରାହୁଙ୍କ ସହ ଜଡିତ ସମସ୍ୟାରୁ ମୁକ୍ତି ମିଳିଥାଏ। ସେହିଭଳି ଏହି ରୁଟିରେ କ୍ଷୀର ମିଶାଇ କୁକୁରକୁ ଖାଇବାକୁ ଦେଲେ କେତୁ ମଧ୍ୟ ଶାନ୍ତ ହୋଇଥାଆନ୍ତି।
କରଜ, ବାକି ଟଙ୍କା ଓ ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥିଲେ, ବାସି ରୁଟିରେ ଚିନି ମିଶାଇ ପିମ୍ପୁଡିକୁ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ଥିବା ସମସ୍ତ ସମସ୍ୟା ଦୂର ହେବା ସହ କରଜରୁ ମୁକ୍ତି ମିଳିଥାଏ।
ଘରର ସଦସ୍ୟଙ୍କ ନିକଟରେ ଖାଦ୍ୟ ପରଷିବା ପୂର୍ବରୁ ଗାଈ ନାମରେ ଏକ ବାସି ରୁଟି ନିଶ୍ଚୟ ରଖନ୍ତୁ। ଏହି ରୁଟିକୁ ଗୁଡ ସହ ଗାଈଙ୍କୁ ଖାଇବାକୁ ଦିଅନ୍ତୁ।
ଗାଈଙ୍କ ଠାରେ ୩୩ କୋଟି ଦେବାଦେବୀଙ୍କ ବାସ ରହିଛି। ତେଣୁ ଗାଈଙ୍କୁ ପ୍ରଥମ ରୁଟି ଦେବା ଦ୍ୱାରା ଘରେ କଦାପି ଧନ-ସମ୍ପତ୍ତିର ଅଭାବ ହୋଇନଥାଏ।
ଜାତକରେ ଗ୍ରହଙ୍କୁ ମଜଭୂତ କରିବା ପାଇଁ ନିୟମିତ ୫ଟି ବାସି ରୁଟି ଛୋଟ ଛୋଟ ଖଣ୍ଡ କରି ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଜୀବନରେ ଆସିବାକୁ ଥିବା ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories