www.samajalive.in
Tuesday, December 9, 2025
15.1 C
Bhubaneswar

ବଲାଣି ରେଳ ଷ୍ଟେସନରେ ଘରୋଇ କମ୍ପାନୀର ସାଇଡିଂରେ ମେସିନ ଲୋଡିଂକୁ ନେଇ ବିରୋଧ

ବଲାଣି : କେନ୍ଦୁଝର ଜିଲା ବଲାଣି ରେଳ ଷ୍ଟେସନରେ ଶ୍ରମିକ ଆଶାନ୍ତି ଥମିବାରେ ନା ଧରୁ ନାହିଁ । ସପ୍ତାହରୁ ଅଧିକ ସମୟ ହେଲାଣି ବଲାଣି ରେଳ ସାଇଡିଂ ରେ ପ୍ରଥମେ ଜେ ଏସ୍ ଡବ୍ଲ୍ୟୁ କମ୍ପାନୀର ଖଣିଜ ପଦାର୍ଥ ଲୋଡିଂକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଆଜି ପୁଣି ବଲାଣି ରେଳ ଷ୍ଟେସନରେ ଘରୋଇ ସଂସ୍ଥା ରୁଙ୍ଗଟା କମ୍ପାନୀର ନିଜସ୍ୱ ନୂତନ ସାଇଡିଂ ଉଦ୍ଘାଟିତ ହେବା ସହିତ ପ୍ରଥମ ଥର ପାଇଁ ଖଣିଜ ପଦାର୍ଥ ହଲଦିଆକୁ ପରିବହନ ନିମନ୍ତେ ରେଳ ଡବାରେ ଲୋଡିଂ କରାଯାଇଥିବା ବେଳେ ଶ୍ରମିକ ଆଶାନ୍ତି ଦେଖାଦେଇଛି । ଏ ନେଇ ପ୍ରସାଶନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଆଖ ପାଖ ଥାନା ଅଧିକାରୀଙ୍କ ସମେତ ବଡ଼ବିଲ ଏସ୍ ଡି ପି ଓ ଏବଂ ବଡ଼ବିଲ ତହସିଲଦାରଙ୍କ ନେତୃତ୍ୱ ରେ ୫ ପ୍ଲାଟୁନ ପୁଲିସ ଫୋର୍ସ ସହ ଦଙ୍ଗା ନିରୋଧକ ଗାଡି ମୁତୟନ କରାଯାଇଥିଲା ।

ତେବେ ଆଜି ସକାଳ ରୁ ବର୍ଷ ବର୍ଷ ଧରି ଏହି ଷ୍ଟେସନ ରେ କାର୍ଯ୍ୟରତ ଶହ ଶହ ଶ୍ରମିକ କାମ ପାଇଁ ଆସିଥିବା ବେଳେ ପୁଲିସ ବଳ ଶ୍ରମିକଙ୍କୁ ଷ୍ଟେସନ ଛାଡି ଚାଲି ଯିବାକୁ ନିର୍ଦେଶ ଦେବା ସହିତ ରେଳ ସାଇଡିଂରୁ ବାହାରକୁ ଘଉଡ଼ାଇ ଦେଇଥିଲେ । ଅନ୍ୟ ପକ୍ଷରେ ସ୍ଥାନୀୟ ଶ୍ରମିକ ଏହି ସାଇଡିଂ ରେ କାମ କରି ପେଟପାଟଣା କରୁଥିବା ବେଳେ ଆଜି ମଧ୍ୟ ନିଜ କାମରେ ଯୋଗ ଦେବାକୁ ଆସିଥିଲେ । ହେଲେ ପୁଲିସ ବଳ ସାହାଯ୍ୟ ରେ ରୁଙ୍ଗଟା କମ୍ପାନୀ ଶ୍ରମିକଙ୍କ ପେଟରେ ଲାତ ମାରି ମେସିନ ସାହାଯ୍ୟ ରେ ଲୋଡିଂ କରାଇଥିଲା ବୋଲି ଅଭିଯୋଗ କରିବା ସହିତ ସେମାନେ ତାଙ୍କ ଆନ୍ଦୋଳନ ଜାରି ରଖିବେ ବୋଲି ଶ୍ରମିକ ମାନେ ଚେତାବନୀ ଦେଇଛନ୍ତି ।

- Advertisement -

ଅନ୍ୟପକ୍ଷରେ ପ୍ରସାଶନ ପକ୍ଷରୁ ଆଇନ ଶୃଙ୍ଖଳା ଡାଇତ୍ୱରେ ଥିବା ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ଆଇନ ଶୃଙ୍ଖଳା ରକ୍ଷା କରିବାକୁ ପୁଲିସ ବଳ ମୃତୟନ କରାଯାଇଥିବା କହିବା ସହିତ ସରକାରୀ ଗାଇଡ଼ଲାଇନ ଅନୁସାରେ ସମସ୍ତ କାର୍ୟ୍ୟ କରାଯାଇଥିବା କହିଛନ୍ତି । ତେବେ କମ୍ପାନୀ ପକ୍ଷରୁ ଶ୍ରମିକଙ୍କ ସହିତ ଆପୋଷ ବୁଝାମଣା ପରେ ମେସିନ କାର୍ୟ୍ୟ ସମ୍ପଦନା କରାଯାଇଥିବା ରୁଙ୍ଗଟା କମ୍ପାନୀର ପ୍ରବନ୍ଧକ କମଳ ବାରିକ କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories