www.samajalive.in
Monday, December 15, 2025
26.1 C
Bhubaneswar

କେଜରିୱାଲଙ୍କ ନୂଆ ଅଭିଯାନ:ଦୈନିକ ଲାଗିବ ୫ଲକ୍ଷ ଚାରା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଚାରାରୋପଣ ପାଇଁ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ବାୟୁ ପ୍ରଦୂଷଣର ମୁକାବିଲା ଲକ୍ଷ୍ୟରେ ଦୈନିକ ୫ଲକ୍ଷ ଚାରା ଲଗାଇବା ପାଇଁ ତାଙ୍କ ସରକାର ଯୋଜନା କରିଛନ୍ତି। ମହାନଗରୀର ୬୦୦ଟି ସ୍ଥାନରେ ଏହି ଚାରା ଲଗାଯିବ। ଏହି ଅଭିଯାନରେ ଦିଲ୍ଲୀର ସମସ୍ତ ବାସିନ୍ଦା ଓ ଏକ ଲକ୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବ। ସମସ୍ତେ ସେମାନଙ୍କ ଘର ପାଖରେ ଚାରା ଲଗାଇବେ। ଶନିବାର ଯମୁନା ବନ୍ୟାଞ୍ଚଳ ଉସ୍‍ମାନପୁରଠାରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ପ୍ରଥମ ଦିନରେ ୩୨ହଜାର ଚାରା ଲଗାଯାଇଛି। ଏହି ଅବସରରେ ସେ କହିଛନ୍ତି ଯେ ଚାରାରୋପଣ ମାଧ୍ୟମରେ ପ୍ରଦୂଷଣ ନିୟନ୍ତ୍ରଣ ସମ୍ଭବ ହୋଇପାରିବ। ଦିଲ୍ଲୀ ଜଙ୍ଗଲ ଓ ପରିବେଶ ସଚିବ ଏ.କେ ସିଂହଙ୍କ କହିବାନୁଯାୟୀ, ଚଳିତ ବର୍ଷ ୩୨ଲକ୍ଷ ୫୦ହଜାର ଚାରା ଲଗାଯିବା ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଅଭିଯାନ ବିଧିବଦ୍ଧ ଭାବେ ଆରମ୍ଭ ହେବା ପୂର୍ବରୁ ୧୫ଲକ୍ଷ ଚାରା ଲଗାଯାଇସାରିଲାଣି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories