www.samajalive.in
Friday, December 5, 2025
20.1 C
Bhubaneswar

ହ୍ୱାଟ୍ସଆପରେ ଶୁଣାଣିକୁ ନେଇ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ

ନୂଆଦିଲ୍ଲୀ : ଝାଡଖଣ୍ଡର ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ୟାଦବ ଓ ପତ୍ନୀ ନିର୍ମଳା ଦେବୀଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି ସାମାଜିକ ଗଣମାଧ୍ୟମ ହ୍ୱାଟ୍ସଆପ ମାଧ୍ୟମରେ ହୋଇଥିବାରୁ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି। ଝାଡଖଣ୍ଡ ହଜିରାବାଦର ଏକ ଅଦାଲତରେ ବିଚାରପତି ହ୍ୱାଟ୍ସଆପ କଲ ମାଧ୍ୟମରେ ଏହାର ଶୁଣାଣି କରିଥିଲେ। ମନ୍ତ୍ରୀ ଯୋଗେନ୍ଦ୍ର ୟାଦବ ଓ ନିର୍ମଳା ଦେବୀ ୨୦୧୬ରେ ଏକ ଦଙ୍ଗା ମାମଲାରେ ଅଭିଯୁକ୍ତ ଥିଲେ। ପୂର୍ବବର୍ଷ ଏହି ଦୁଇଜଣ ସୁପ୍ରିମକୋର୍ଟଙ୍କ ଠାରୁ ଜାମିନ ମିଳିଥିଲା। କେବଳ କୋର୍ଟର ଶୁଣାଣି ସମୟ ଛଡା ଅନ୍ୟ କେତେବେଳେ ମଧ୍ୟ ଝାଡଖଣ୍ଡ ଯିବାକୁ ସୁପ୍ରିମକୋର୍ଟ ମନା କରିଥିଲେ। କିନ୍ତୁ ସେ ବାରାମ୍ବାର ଝାଡଖଣ୍ଡ ଯାଉଥିବା ପ୍ରତିପକ୍ଷ ଅଭିଯୁକ୍ତ କହିଥିଲେ।
ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ଏହାର ଶୁଣାଣି ସମୟରେ ଝାଡଖଣ୍ଡ ସରକାର ଓ ବିଚାରପତି ମାନଙ୍କ କାର୍ଯ୍ୟକଳାପର ନିନ୍ଦା କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ୱାଟ୍ସଆପ ମାଧ୍ୟମରେ କୌଣସି ମାମଲାର ନିଷ୍ପତ୍ତି ନିଆଯାଇପାରିବ ନାହିଁ।
ଏହି ଘଟଣାରେ ଅଭିଯୁକ୍ତ ଦମ୍ପତିଙ୍କ ଓକିଲ ବିବେକ ତଙ୍ଖା କହିଛନ୍ତି ଜାମିନ ମୁତାବକ ଦମ୍ପତ୍ତି ଭୋପାଳରେ ରହିବାପାଇଁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ, ଭୋପାଳ ଓ ଝାଡଖଣ୍ଡ ଅଦାଲତରେ ଶୁଣାଣି ହେଉଥିବାରୁ ସେ ଭୋପାଳ ବାହାରକୁ ଯାଉଥିଲେ। ଶୁଣାଣି ଭିଡିଓ କନଫ୍ରେନିଂ ମାଧ୍ୟମରେ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଭିଡିଓ କନଫ୍ରେନ୍ସିଂ ଭଲ ନ ହେବାରୁ ହ୍ୱାଟ୍ସଆପ ଜରିଆରେ ଶୁଣାଣି କରିଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories