www.samajalive.in
Saturday, December 6, 2025
14.1 C
Bhubaneswar

ବିଦ୍ୟୁତ୍‍ ଆଘାତରେ ବାପା-ପୁଅ ମୃତ

ଭଞ୍ଜନଗର : ବିଦ୍ୟୁତ୍‍ ଆଘାତରେ ବାପା- ପୁଅଙ୍କ ପ୍ରାଣ ଚାଲିଯିବା ଭଳି ଦୁଃଖଦ ଘଟଣା ଭଞ୍ଜନଗର ଥାନା ଅନ୍ତର୍ଗତ ବଡ଼ପଡ଼ା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା। ଗ୍ରାମର ଚାଷବାସ କରି ଜୀବନ ନିର୍ବାହ କରୁଥିବା ଜିତେନ୍ଦ୍ରକୁମାର ପାତ୍ର(୪୫) ସନ୍ଧ୍ୟାରେ ନିତ୍ୟକର୍ମ ସାରି ଘରକୁ ଫେରିଥିଲେ। ସେ ନିଜର ଓଦା ଲୁଗାଟିକୁ ପ୍ରତିଦିନ ପରି ଘର ମଧ୍ୟରେ ବନ୍ଧା ଯାଇଥିବା ଏକ ଜିଆଇ ତାରରେ ଶୁଖାଇବାକୁ ଯାଇଥିଲେ। କିନ୍ତୁ କୌଣସିମତେ ବିଦ୍ୟୁତ୍‍ ଖୁଣ୍ଟରୁ ଘରକୁ ଆସିଥିବା ସର୍ଭିସ୍‍ ତାରଟି ଛିଣ୍ଡି ଏହି ଜିଆଇ ତାରକୁ ସଂଯୋଗ ହୋଇଥିଲା। ଜିତେନ୍ଦ୍ର ଓଦା ଲୁଗାକୁ ଜିଆଇ ତାରରେ ପକାଇବା କ୍ଷଣି କୌଣସିମତେ ହାତ ବାଜି ଯାଇଥିଲା। ଫଳରେ ଜିତେନ୍ଦ୍ର ବିଦ୍ୟୁତ୍‍ ସଂସ୍ପର୍ଶରେ ଆସି ଛଟପଟ ହୋଇ ଆର୍ତ୍ତ ଚିତ୍କାର ଛାଡ଼ିଥିଲେ। ଏହି ସମୟରେ ଘର ବାରଣ୍ଡାରେ ଛିଡା ହୋଇଥିବା ବାପା ଅଭିମୁନ୍ୟ ଘର ଭିତରକୁ ଦୌଡ଼ି ଆସି କିଛି ବୁଝିବା ପୂର୍ବରୁ ପୁଅର ଆକସ୍ମିକ ଦୁର୍ଦ୍ଦଶା ଦେଖି ସଂକଟରୁ ଉଦ୍ଧାର କରିବା ପାଇଁ ଟାଣିବାକୁ ଉଦ୍ୟମ କରିବା ବେଳେ ନିଜେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। କିଛି ସମୟ ଧରି ବାପା- ପୁଅ ସେଠାରେ ଛଟପଟ ହୋଇ ପ୍ରାଣ ହରାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories