www.samajalive.in
Saturday, December 6, 2025
14.1 C
Bhubaneswar

ଡିସେମ୍ବରରେ ବାହାହେବେ ସଞ୍ଜୁ ସାମସନ୍‍

ତିରୁଅନନ୍ତପୁରମ : ୱିକେଟରକ୍ଷକ-ବ୍ୟାଟସମ୍ୟାନ ସଞ୍ଜୁ ସାମସନ ଚଳିତବର୍ଷ ଡିସେମ୍ବର ୨୨ରେ ଦୀର୍ଘଦିନର ବାନ୍ଧବୀ ଚାରୁଙ୍କୁ ବିବାହ କରିବେ ବୋଲି ଜଣାପଡିଛି। ସଞ୍ଜୁ ନିକଟରେ ଭାବୀ ପତ୍ନୀଙ୍କ ସହ ଫଟୋକୁ ଫେସବୁକ୍‍ରେ ଅପ୍‍ଲୋଡ କରି ଏହି ସୂଚନା ଦେଇଛନ୍ତି। ମାର୍‍ ଇଭାନିଓସ କଲେଜରେ ଏକାଠି ପଢୁଥିବାବେଳେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢିଉଠିଥିଲା। ୨୩ ବର୍ଷୀୟ ସଞ୍ଜୁ କେରଳ ରଣଜୀ ଦଳର ଅଧିନାୟକ ଦାୟିତ୍ୱ ବହନ କରୁଥିବାବେଳେ ଘରୋଇ ସର୍କିଟ ଓ ଆଇପିଏଲରେ ଉନ୍ନତ ପ୍ରଦର୍ଶନ କରିଆସୁଛନ୍ତି। ଭାରତୀୟ ଦଳରେ ଏକାଧିକ ଥର ସ୍ଥାନ ପାଇଥିଲେ ସୁଦ୍ଧା ଚୂଡାନ୍ତ ଏକାଦଶରେ ସ୍ଥାନ ପାଇପାରିନଥିଲେ। ତେବେ ୨୦୧୫ରେ ଜିମ୍ବାୱେ ବିପକ୍ଷରେ ତାଙ୍କୁ ଗୋଟିଏ ଟ୍ୱେଣ୍ଟି୨୦ ମ୍ୟାଚ ଖେଳିବାର ସୁଯୋଗ ମିଳିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories