www.samajalive.in
Tuesday, December 9, 2025
15.1 C
Bhubaneswar

ଉତ୍କଳୀୟ ସଂସ୍କୃତିର ସୁରକ୍ଷା ପାଇଁ ସୃଜନଶୀଳ ପ୍ରତିଭା ପ୍ରଦର୍ଶନ ପାଇଁ ଆହ୍ୱାନ

କେନ୍ଦୁଝରଗଡ଼: ଜିଲା ପ୍ରଶାସନ ଓ ମିଳନୀ ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ ଅଡିଟୋରିୟମଠାରେ ଜିଲାସ୍ତରୀୟ ଓଡିଶା ଦିବସ ପାଳନ ଅବସରରେ କବି ସମ୍ମେଳନ ଅନୁଷ୍ଠିତ ହୋଇଯାଇଛି। ମିଳନୀର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କବି ସମ୍ମିଳନୀ ପ୍ରାରମ୍ଭରେ ଜିଲା ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସଞ୍ଜୀବ କୁମାର ବାରିକ ସମବେତ କବିମାନଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ମିଳନୀର ସମ୍ପାଦକ ଡ.ଚିତ୍ତରଞ୍ଜନ ମିଶ୍ର ଉତ୍କଳୀୟ ସଂସ୍କୃତିର ସୁରକ୍ଷା ପାଇଁ ସୃଜନଶୀଳ ପ୍ରତିଭା ପ୍ରଦର୍ଶନ ପାଇଁ ଆହ୍ୱାନ ଦେଇଥିଲେ। ଜିଲା ଲେଖିକା ସଂସଦ ଉପସଭାପତି ମମତାରାଣୀ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍କଳୀୟ ଭାଷା ଓ ସଂସ୍କୃତିର ଗାରିମା ପ୍ରକ୍ଷାପନ କରିଥିଲେ। ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ସୁନୀଲ କୁମାର ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱତନ୍ତ୍ର ଉତ୍କଳ ଗଠନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। କବି ଦେବାଶିଷ ଚକ୍ରବର୍ତ୍ତୀ ସଭାପତିତ୍ୱ ଅଭିଭାଷଣରେ ସ୍ୱତନ୍ତ୍ର ଉତ୍କଳ ଗଠନରେ କବିମାନଙ୍କ ଭୂମିକା ଉଲ୍ଲେଖନୀୟ ବୋଲି ମତବ୍ୟକ୍ତ କରିଥିଲେ।

ସମୟଶ୍ରୀ ଚାଟ୍ଟାର୍ଜିଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବୟିତ୍ରୀ ଉନ୍ଦୁମତୀ ପାତ୍ର, ରତ୍ନମଞ୍ଜରୀ ରାଉତ, ବିଜୟଲକ୍ଷ୍ମୀ ମହାନ୍ତି, ଲିପିକା ଦାସପଟ୍ଟନାୟକ, ଚନ୍ଦ୍ରପ୍ରଭା ପତି, ଗିତାଞ୍ଜଳୀ ପାତ୍ର, ସୌଦାମିନୀ ଆଚାର୍ଯ୍ୟ, ବିଣାପାଣୀ ଜେନା, ଜ୍ୟୋସ୍ନା ପାଢ଼ୀ, ଶୋଭନା ଜେନା, ଅଞ୍ଜନା ନନ୍ଦ, ଆର୍ଯ୍ୟବାଳା ମହାପାତ୍ର, ମନ୍ଦାକିନୀ କର, ସ୍ମୃତି ବାନାର୍ଜି, ଡାକ୍ତର ଭାରତୀ ବେହେରା, ଶ୍ୱେତାସୁମନ ମିଶ୍ର, ଗିରି ରାଜେଶ୍ୱରୀ ମିଶ୍ର, ପିନାକୀ ମିଶ୍ର, ଦେବଦର୍ଶନ ଦାଶ, ଜିତେନ୍ଦ୍ର ପରିଡା, ଡ.ଅନୀଲ କୁମାର ଦାସ, ଚିନ୍ତାମଣି ମହାଳିକ, ଶରତ କୁମାର ରାଉତ, ସୁଜିତ କୁମାର ମିଶ୍ର, ଚିନ୍ମୟ ସାହୁ, ପ୍ରାଧ୍ୟାପକ ଜଗନ୍ନାଥ ଜେନା, ପ୍ରଫୁଲ୍ଲ ଜେନା, ଅକ୍ଷୟ ବାରିକ, ଧୃବାନନ୍ଦ ରାଉତ, ହରେକୃଷ୍ଣ ବେଜ, ଯୋଗେନ୍ଦ୍ରନାଥ ସାହୁ, ମନୋରଞ୍ଜନ ମହାନ୍ତି, କୈଳାଶ ଚନ୍ଦ୍ର ତନ୍ତୀ, ରାମଚନ୍ଦ୍ର ସାହୁ, ମାୟାଧର ନାୟକ, ସୁରେଶ ଜେନା, ବିରଞ୍ଚୀ ନାରାୟଣ ସାମନ୍ତରାୟ, ଦେବଦତ୍ତ ଦେହୁରୀ, ପ୍ରତାପ କର୍ମକାର ପ୍ରମୁଖ ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ। ଶେଷରେ ମିଳନୀର ଯୁଗ୍ମସମ୍ପାଦକ ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories