www.samajalive.in
Sunday, December 7, 2025
26.1 C
Bhubaneswar

୧୬୫୬ ବୁଥରେ ପହଞ୍ଚିଲେ ପୋଲିଂ ପାର୍ଟି, ୧୭କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ

କେନ୍ଦୁଝରଗଡ଼: କେନ୍ଦୁଝରର ଏକମାତ୍ର ଲୋକସଭା ଏବଂ ୬ ବିଧାନସଭା ଆସନ ପାଇଁ ମଙ୍ଗଳବାର ଜିଲାର ୧୬୫୬ ବୁଥରେ ପୋଲିଂ ପାର୍ଟି ପହଞ୍ଚିଛନ୍ତି। ପୋଲିଂପାର୍ଟି ନିୟୋଜିତ ପାଇଁ ମାଇନିଂସ୍କୁଲ କେନ୍ଦୁଝର, କନକମଞ୍ଜରୀ ମହିଳା ମହାବିଦ୍ୟାଳୟ ଶାଳପଡା ଓ ମହତାବ ହାଇସ୍କୁଲ ଚମ୍ପୁଆ ଠାରେ ଡିସ୍‌‌ପର୍ସମେଣ୍ଟ ସେଣ୍ଟର କରାଯାଇଛି। ଓଡିଶା ଖଣି ଓ ଯାନ୍ତ୍ରୀକ ବିଦ୍ୟାଳୟ କେନ୍ଦୁଝର ପଡିଆରେ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନରେ ନିୟୋଜିତ କର୍ମଚାରୀ ସକାଳ ୭ଟା ସୁଦ୍ଧା ଡିସ୍‌‌ପର୍ସମେଣ୍ଟକେନ୍ଦ୍ରରେ ଉପସ୍ଥିତ ରହି ଉପସ୍ଥାନ କରିଥିଲେ ହେଁ ମଧ୍ୟାହ୍ନ୍ନ ୧୨ଟାରେ ଇଭିଏମ୍‌‌ ଓ ଆବଶ୍ୟକ ସରଞ୍ଜାମ ପ୍ରଦାନ କରାଯାଇଛି। ତେବେ ପୁଲିସ କର୍ମଚାରୀ ବିଳମ୍ବରେ ବୁଥ୍‌‌ ଟିମ୍‌‌ରେ ଯୋଗଦେବାରୁ କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସେହିଭଳି ପୁଲିଂ କମିଟିକୁ ନେଇ ଗନ୍ତବ୍ୟସ୍ଥଳକୁ ଯାତାୟାତ ନିମନ୍ତେ ଉଦ୍ଦିଷ୍ଟ ଯାନରେ ଧାର୍ଯ୍ୟ କ୍ଷମତା ଠାରୁ ଅଧିକ ସଂଖ୍ୟକ କର୍ମଚାରୀଙ୍କୁ ସାମିଲ କରାଯିବା ନେଇ ମଧ୍ୟ କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ୩୯ ଫ୍ଲାଇଙ୍ଗସ୍କ୍ୱାର୍ଡ, ୨୪ ଷ୍ଟ୍ରାଇକିଂ ଫୋର୍ସ, ୧୨୦ ମୋବାଇଲ ପାର୍ଟି ଏବଂ ୧୯୧ଜଣ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି। ଜିଲାରେ ୧୭୯ରୁ ଉଦ୍ଧ୍ୱର୍ ବୁଥ୍‌‌କୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଥିବା ବେଳେ ଏଥିପାଇଁ ୮୦ ମାଇକ୍ରୋ ଅବ୍‌‌ଜରବର ଟିମ୍‌‌ ନିଯୁକ୍ତ କରାଯାଇଛି। ଜିଲାରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ୧୭ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଛି। ସେହିଭଳି ମତଦାନ ପରେ ଭୋଟ ଗଣତି ପର୍ଯ୍ୟନ୍ତ ଇଭିଏମ୍‌‌ ମେସିନ ସୁରକ୍ଷା ପାଇଁ ଜିଲା ମୁଖ୍ୟାଳୟ ସମେତ ଶାଳପଡା ଓ ଚମ୍ପୁଆସ୍ଥିତ ଷ୍ଟ୍ରଙ୍ଗରୁମ୍‌‌ ସୁରକ୍ଷା ଦାୟିତ୍ୱରେ ୨ କମ୍ପାନୀ ସଶସ୍ତ୍ର ସୀମା ସୁରକ୍ଷାବଳ ଜିଲାରେ ଯୋଗ ଦେଇଥିବା ଜଣାପଡିଛି। ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକରଙ୍କ ପ୍ରତ୍ୟକ୍ଷ ନେତ୍ତୃତ୍ୱରେ ୬ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,୧୨ଜଣ ଡିଏସ୍‌‌ପି, ୩୬ଜଣ ଇନ୍ସପେକ୍ଟର, ସବ୍‌‌-ଇନ୍ସପେକ୍ଟର ଓ ଏଏସ୍‌‌ଆଇ ମିଶାଇ ୩୩୩ଜଣ, ୧୪୫୨ଜଣ କନଷ୍ଟେବଲ, ୭୧୭ ଗୃହରକ୍ଷୀ, ୬୬୮ ଗ୍ରାମରକ୍ଷୀଙ୍କୁ ମୁତୟନ କରାଯାଇଛି। ଏତଦ୍‌‌ବ୍ୟତୀତ ଜିଲା ବାହାରୁ ୧୫୦୦ ପୁଲିସ କର୍ମଚାରୀ ଜିଲାରେ ଯୋଗ ଦେଇଥିବା ଜଣାପଡିଛି। ଜିଲାର ୬ ବିଧାନସଭା ପାଇଁ ୬୮୩୫୧୫ପୁରୁଷ, ୬୮୮୦୬୦ ମହିଳା ଓ ୮୬ଅନ୍ୟ ଭୋଟରଙ୍କୁ ମିଶାଇ ମୋଟ ୧୩୭୧୬୬୧ଜଣ ଭୋଟର ଚମ୍ପୁଆ ନିର୍ବାଚନମଣ୍ଡଳୀରେ ୨ଟି ଅକ୍ସିଲାରୀ ବୁଥକୁ ମିଶାଇ ମୋଟ ୧୭୨୨ଟି ବୁଥ୍‌‌ରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories