୨୦୨୧-୨୨ ମସିହା ପାଇଁ ଘୋଷଣା ହେଲା ‘କାୟାକଳ୍ପ’ ପୁରସ୍କାର, ମାଲକାନଗିରି ଜିଲା ସଦର ମହକୁମା ହସ୍‌ପିଟାଲ୍‌ ପ୍ରଥମ

ସ୍ୱାସ୍ଥ୍ୟ କ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର: ବର୍ଷ ବର୍ଷ ଧରି ଓଡ଼ିଶା ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଦିଗରେ ଉଦ୍ୟମ କରିଆସୁଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍ତମ ଗୁଣବତ୍ତା ବୃଦ୍ଧି କରିବା ଦିଗରେ ମଧ୍ୟ ପ୍ରୟାସ ଜାରି ରଖିଛନ୍ତି। ଏବେ ରାଜ୍ୟରେ ଏହି ଉଦ୍ଦେଶ୍ୟରେ ନ୍ୟାସନାଲ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ, ଲକ୍ଷ ଓ ସୁରକ୍ଷିତ ମାତୃତ୍ୱ (ଏନକ୍ୟୁଏସ) ଓ ‘କାୟାକଳ୍ପ’ ଭଳି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି ।
୨୦୨୧-୨୨ ମସିହା ପାଇଁ ଏନକ୍ୟୁଏସ, ଲକ୍ଷ, ସୁମନ ଓ କାୟାକଳ୍ପର ଅଗ୍ରଗତିର ସମୀକ୍ଷା ଓ ଚଳିତ ବର୍ଷ ପାଇଁ କାୟାକଳ୍ପ ପୁରସ୍କାର ବିଜେତାଙ୍କୁ ଚୂଡ଼ାନ୍ତ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଗୁଣବତ୍ତା ନିଶ୍ଚିତତା କମିଟି ଏସକ୍ୟୁଏସି ର ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏନକ୍ୟୁଏସ ସାର୍ଟିଫିକେଟ୍‌ ୨୦୨୧-୨୨ ବର୍ଷରେ ମୋଟ ୧୧ଟି ସ୍ୱାସ୍ଥ୍ୟ ସୁବିଧା ଏନକ୍ୟୁଏସ ରାଜ୍ୟ ପ୍ରମାଣପତ୍ର ପାଇଁ ଯୋଗ୍ୟ ହୋଇଛନ୍ତି ଯେଉଁଥିରେ ଡିଏଚଏଚ, ପିଏଚସି, ୟୁପିଏଚସି ଅନ୍ତର୍ଭୁକ୍ତ ।
କାୟାକଳ୍ପ ପୁରସ୍କାର ହେଉଛି ସମସ୍ତ ଜନସ୍ୱାସ୍ଥ୍ୟ ସୁବିଧାଗୁଡ଼ିକରେ ସ୍ୱଚ୍ଛତାକୁ ପ୍ରୋତ୍ସାହନ କରିବା ଏବଂ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ବୃଦ୍ଧି କରିବା । ଏହି ଯୋଜନା ଅଧୀନରେ ଜିଲା ହେଡ୍‌କ୍ୱାର୍ଟର ହସ୍ପିଟାଲ୍‌ (ଡିଏଚଏଚ)ଠାରୁ ଆରମ୍ଭ କରି ସବ୍‌ହେଳ୍ପ ସେଣ୍ଟର(ଏସଏଚସିଏସ) ପର୍ଯ୍ୟନ୍ତ ସମସ୍ତ ସ୍ତରରେ ଜନସ୍ୱାସ୍ଥ୍ୟ ସୁବିଧାରେ ବ୍ୟବସ୍ଥିତ ମୁଲ୍ୟାଙ୍କନ ପ୍ରକି୍ରୟା ମାଧ୍ୟମରେ ସ୍ଥାନିତ ହୋଇଛି ।
ଏଥର ଆଠଟି ଥିମ୍‌ ଅଧୀନରେ ସମସ୍ତ ସୁପାରିଶ କରାଯାଇଥିବା ସୁବିଧାଗୁଡ଼ିକର ମୂଲ୍ୟାଙ୍କନ କରାଯାଇଥିଲା । ହସ୍ପିଟାଲ୍‌ ରକ୍ଷଣାବେକ୍ଷଣ, ପରିମଳ ଏବଂ ସ୍ୱଚ୍ଛତା, ସହାୟତା ସେବା, ବର୍ଜ୍ୟବସ୍ତୁ ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ, ସ୍ୱଚ୍ଛତା ପ୍ରୋତ୍ସାହନ, ହସ୍ପିଟାଲ୍‌ ସୀମା ଓ ଇକୋଫ୍ରେଣ୍ଡଲି ସୁବିଧା ଏଥିରେ ଅନ୍ତର୍ଭୁକ୍ତ ।

prayash

ଅନ୍ତିମ ସ୍କୋର ଉପରେ ଆଧାର କରି ଡିଏଚଏଚ ବର୍ଗରେ ଡିଏଚଏଚ ମାଲକାନଗିରି, ଡିଏଚଏଚ ସୁନ୍ଦରଗଡ଼ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ପୁରସ୍କାର ପାଇଥିବାବେଳେ ସେହିଭଳି ଏସଡିଏଚ/ସିଏଚସି ବର୍ଗରେ କେନ୍ଦୁଝରର ଭଣ୍ଡା ସିଏଚସି, ମାଲକାନଗିରିର କୁଡ଼ୁଲୁଗୁମ୍ମା ସିଏଚସି ପ୍ରଥମ ପୁରସ୍କାର, କନ୍ଧମାଳର ଟିକାବାଲି ସିଏଚସି ଦ୍ୱିତୀୟ ପୁରସ୍କାର ପାଇଛନ୍ତି। ଢେଙ୍କାନାଳର କାଠଗଡ଼ା ସାହି ୟୁପିଏଚସି ଏବଂ କଳାହାଣ୍ଡିର ଭବାନୀପାଟଣା ୟୁପିଏଚସି ମିଳିତ ବିଜେତା ହୋଇଥିବାବେଳେ ୟୁପିଏଚସି-ଏମଏମସି ବରଗଡ଼ ଏବଂ କୋରାପୁଟର ୟୁପିଏଚଇ ଗାନ୍ଧିନଗର ମିଳିତ ପ୍ରଥମ ରନର୍ସଅପ୍‌ ହୋଇଥିଲେ । ୟୁପିଏଚଇ ବୈକୁଣ୍ଠନଗର ଦ୍ୱିତୀୟ ରନର୍ସଅପ୍‌ ହୋଇଛନ୍ତି ।
ଇକୋ-ଫ୍ରେଣ୍ଡଲି ହସ୍‌ପିଟାଲ୍‌ ବର୍ଗରେ ଡିଏଚଏଚ ସୁନ୍ଦରଗଡ଼ ପ୍ରଥମ ପୁରସ୍କାର ପାଇଥିବାବେଳେ ଗଜପତିର ସିଏଚସି, ଚନ୍ଦ୍ରଗିରି କେନ୍ଦୁଝରର ଭଣ୍ଡା ସିଏଚସି ଓ ଘଟଗାଁ ସିଏଚସିଏବଂ ମାଲକାନଗିରିର କୁଡ଼ୁଲୁଗୁମ୍ମା ସିଏଚସି ମିଳିତ ଭାବେ ବିଜେତା ହୋଇଛନ୍ତି ।
ପିଏଚସି ବର୍ଗରେ ୪୨୩ ପିଏଚସି, ୧୯୬ ପିଏଚସି ଗୁଡ଼ିକୁ ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି। ଯେଉଁଥିରୁ ପ୍ରତ୍ୟେକ ଜିଲ୍ଲାର ଉଭୟ ବର୍ଗରେ ଶ୍ରେଷ୍ଠ ବିଜେତା ହୋଇଛନ୍ତି ଓ ଅନ୍ୟମାନେ ପ୍ରଶଂସାଭାଜନ ହୋଇଛନ୍ତି ।

kalyan agarbati

Comments are closed.