www.samajalive.in
Tuesday, December 9, 2025
16.1 C
Bhubaneswar

କ୍ରିକେଟର ସାଜିଲେ ଶ୍ରେୟସ ତଲପଡ଼େ; ଦେଖାଇଲେ ନିଜର ଦମ୍‌ଦାର୍‌ ଅନ୍ଦାଜ

ମୁମ୍ବଇ: ବଲିଉଡ଼ରେ ମହେନ୍ଦ୍ର ସିଂହ ଧୋନୀ ଓ କପିଲ ଦେବଙ୍କ ଭଳି କ୍ରିକେଟରଙ୍କ ବାୟୋପିକ ନିର୍ମାଣ ହୋଇସାରିଛି। ଏବେ ଏହି ତାଲିକାରେ ଆଉ ଜଣେ କ୍ରିକେଟରଙ୍କ ନାଁ ଯୋଡ଼ି ହୋଇଯାଇଛି। କ୍ରିକେଟର ପ୍ରବୀଣ ତାମ୍ବେଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଏବଂ ଏହି ଫିଲ୍ମର ନାଁ ରହିଛି ‘କୌନ ପ୍ରବୀଣ ତାମ୍ବେ’। ଏହି ଚଳଚ୍ଚିତ୍ରର ଟ୍ରେଲର ଗୁରୁବାର ରିଲିଜ୍‌ ହୋଇଛି। ଏଥିରେ ଶ୍ରେୟସ ତଲପଡ଼େ କ୍ରିକେଟର ପ୍ରବୀଣ ତାମ୍ବେ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରେଲରରେ ତାଙ୍କ ଦମ୍‌ଦାର୍‌ ଅଭିନୟର ଝଲକ୍‌ ଦେଖିବାକୁ ମିଳିଛି। ଟ୍ରେଲରରୁ ଜଣାପଡ଼ୁଛି ଫିଲ୍ମରେ କେବଳ ପ୍ରବୀଣ ତାମ୍ବେଙ୍କ ଖେଳ ବିଷୟରେ ଜାଣିବାକୁ ମିଳିବନି, ବରଂ ଏଥିରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବହୁତ କିଛି ଜାଣିବାକୁ ମିଳିବ।

- Advertisement -

୨ ମିନିଟ୍‌ ୫୧ ସେକେଣ୍ଡର ଏହି ଟ୍ରେଲର ଆକର୍ଷଣୀୟ ଅନ୍ଦାଜରେ ଆରମ୍ଭ ହୋଇଛି। ଶ୍ରେୟସ ତଲପଡ଼େ ବୋଲିଂ କରୁଥିବା ଦେଖିବାକୁ ମିଳିଛି। ଏହାପରେ ତାଙ୍କ ସଂଘର୍ଷ ଓ ବ୍ୟକ୍ତିଗତ ଜୀବନ ମଧ୍ୟ ଦେଖିବାକୁ ମିଳିଛି, ଯେଉଁଥିରେ ତାଙ୍କୁ ଅନେକ ଅପବାଦ ତଥା ଲୋକହସାର ସାମ୍ନା କରିବାକୁ ପଡ଼ିଛି। ‘କୌନ ପ୍ରବୀଣ ତାମ୍ବେ’ର ନିର୍ଦେଶନା ଦେଇଛନ୍ତି ଜୟପ୍ରଦା ଦେସାଇ। ଏଥିରେ ଶ୍ରେୟସଙ୍କ ବ୍ୟତୀତ ଆଶୀଷ ବିଦ୍ୟାର୍ଥୀ, ପରମବ୍ରତ ଚାଟାର୍ଜୀ ଓ ଅଞ୍ଜଳି ପାଟିଲ ପ୍ରମୁଖ କଳାକାର ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଏପ୍ରିଲ ୧ ତାରିଖରେ ଓଟିଟି ପ୍ଲାଟଫର୍ମ ଡିଜ୍ନୀ ପ୍ଲସ୍‌ ହଟଷ୍ଟାରରେ ରିଲିଜ୍‌ ହେବ ଏହି ଫିଲ୍ମ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories