‘ପୁଣି ଥରେ ଆମ ସଂସାର ଉଜୁଡ଼ି ଗଲା’

0

ଜମ୍ମୁ : କଠୁଆ ବଳାତ୍କାର ଓ ହ୍ୟାର ଶିକାର ନାବାଳିକାର ପ୍ରକୃତ ବାପା ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ମୁହଁ ଖୋଲିଛନ୍ତି। ନାବାଳିକାର ମାଆ ଏହି ଜଘନ୍ୟ ଅପରାଧ ସମ୍ପର୍କରେ ଅବଗତ ନ ଥିବା ସେ କହିଛନ୍ତି। ଜାନୁଆରୀ ୧୦ତାରିଖରେ ଝିଅ ଅପହରଣ ହେବା ଦିନଠାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ ଓ ୧୭ତାରିଖରେ ଝିଅର ମୃତ ଦେହ ଉଦ୍ଧାର ହେବା ପର୍ଯ୍ୟନ୍ତ ମାନସିକ ଅବସାଦ ଚିକିତ୍ସା ଔଷଧ ଖାଇ ଶୋଇ ରହିଥିଲେ। ବର୍ତ୍ତମାନ ସୁଦ୍ଧା ତାଙ୍କ ଅବସ୍ଥାରେ ଉନ୍ନତି ଘଟି ନାହିଁ ବୋଲି ସେ କହିଛନ୍ତି। ‘ମୋ ଶଳା, ଶଳା ଭାଉଜଙ୍କର ତିନି ପିଲାଙ୍କର ସାନାସାରଠାରେ କିଛି ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ସେମାନଙ୍କ ଦୁଃଖ ଅପନୋଦନ ପାଇଁ ଆମେ ତାଙ୍କୁ ଆମର ମାତ୍ର ବର୍ଷକର ସାନ ଝିଅକୁ ପୋଷ୍ୟ ସନ୍ତାନ ଭାବେ ଦେଇଥିଲୁ। ଏବେ ସେଇ ଝିଅର ଅଭାବନୀୟ ମୃତ୍ୟୁ ଘଟିଛି। ପାଳିତ ବାପା-ମାଆଙ୍କୁ ଈଶ୍ୱର ପୁନର୍ବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଆମେ ଯେତେବେଳେ ତାଙ୍କ ଘରକୁ ଯାଉ, ସେ ଖୁସିରେ ଆମ ଉପରକୁ ଡେଇଁପଡ଼େ; କାଣ ସେ ଅମେ ତାର ପ୍ରକୃତ ବାପା-ମାଆ ବୋଲି ଜଣିଥିଲା। ଏବେ ଅନୁଭବ କରୁଛୁ; ବାପା-ମାଆଙ୍କ ଭାଗ୍ୟରେ ସନ୍ତାନ ସୁଖ ନଥିଲା; ଥିଲା କେବଳ ସନ୍ତାନ ଦୁଃଖ। ଯେଉଁ ପାପ୍ରିମାନେ ମୋର କୁନି ଝିଅକୁ ଭୋକରେ ରଖି, ନିଶା ଦେଇ ବଳାତ୍କାର କରିଛନ୍ତି, ବିଦ୍ୟୁତ୍‌ କରେଣ୍ଟ ଦେଇଛନ୍ତି, ଛଟପଟ କରି ମାରିଛନ୍ତି ସେମାନଙ୍କୁ ଫାଶି କିମ୍ବା ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ।’

Leave A Reply