କାଶ୍ମୀରରେ  ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା

0

ଶ୍ରୀନଗର: କାଶ୍ମୀରରେ ରାଜଧାନୀ ଶ୍ରୀନଗରରେ ରାଇଜିଂ କାଶ୍ମୀରର ସମ୍ପାଦକ ସୁଜାତ ବୁଖାରୀ ଓ ତାଙ୍କର ସୁରକ୍ଷା କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଅଜଣା ବନ୍ଧୁକଧାରୀ ତାଙ୍କ  ଖବରକାଗଜ ବାହାରେ ଗୁଳିକରି ହତ୍ୟା କରିଛନ୍ତି । ବୁଖାରୀ ତାଙ୍କ କାର୍ଯ୍ୟାଳୟରୁ ବାହରି କରି ଆସୁଥିବା ସମୟରେ ତାଙ୍କୁ ଗୁଳି କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି । ଏଥିରେ ଆଉ ଜଣେ ପୁଲିସ କର୍ମୀ ଓ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଆହତ ଦୁଇଜଣଙ୍କ ଅବସ୍ଥା ଗୁରୁତର ଅଛି ।

ଏହି ଘଟଣାରେ କାଶ୍ମୀରର ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍‌ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଆତଙ୍କବାଦକୁ  ନିନ୍ଦା କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଏହି ଘଟଣାକୁ ନିନ୍ଦା କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ  ରାହୁଲ ଗାନ୍ଧୀ ଶୋକ ପ୍ରକାଶ କରିଛନ୍ତି ।

Leave A Reply