କାଶୀପୁର: କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ କୁଚେଇପଦର ଗ୍ରାମରେ ଜଣେ ୪୦ ବର୍ଷିୟ ଯୁବକ ଭାଲୁ ଆକ୍ରମଣର ଶୀକାର ହୋଇଛନ୍ତି।
ସୂଚନା ଅନୁଯାୟୀ, କୁଚେଇପଦର ଗ୍ରାମ ବଡସାହିର ଯୁବକ ଜଗଦିସ ମାଝୀ (୪୦) ସବୁଦିନ ଭଳି ନିଜ ବଡକୁ ଚାଷ କରିବାକୁ ଯାଉଥିବା ବେଳେ ଆଜି ଭୋର ସମୟରେ ୩ଟି ଭାଲୁ ହାବୁଡରେ ପଡିଥିଲେ। ସେଥିମଧ୍ୟରୁ ଦୁଇଟି ଭାଲୁ ଜଗଦିସ ମାଝୀଙ୍କୁ ଆକ୍ରମଣ କରିବା ସହିତ ଲହୁ ଲୁହାଣ କରି ଛାଡିି ଚାଲିଯାଇଥିଲେ। ଗୁରୁତର ଅବସ୍ଥାରେ ରାସ୍ତାରେ ପଡି ରହିଥିବାବେଳେ କିଛି ଲୋକ ମୃତ୍ୟୁ ହୋଇଥିବା ସନ୍ଦେହକରି ଗ୍ରାମବାସିଙ୍କୁ ଜଣାଇଥିଲେ। ପରେ ପରିବାର ବର୍ଗ ଏବଂ ଗ୍ରାମବାସିଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରି କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ସୁଧାର ଆସିବାପରେ ତାଙ୍କୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନ୍ତାନରିତ କରାଯାଇଥିବା ଡାକ୍ତର ରାବଡା ରାମା ରାଓ ସୂଚନା ଦେଇଛନ୍ତି।



