www.samajalive.in
Tuesday, December 9, 2025
26.1 C
Bhubaneswar

କାଳବୈଶାଖୀ ବିତ୍ପାତ, ୧୮ ଘର ଭାଙ୍ଗିଲା

କାଶୀପୁର: ରାୟଗଡା ଜିଲା କାଶୀପୁର ବ୍ଲକ ଉପରମାଣ୍ଡିଝୋଲା ଗାଁରେ ଅଦିନିଆ ବର୍ଷା ପବନ ଯୋଗୁଁ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। କାଳବୈଶାଖି ପ୍ରଭାବରେ ଗ୍ରାମର ୧୮ ଜଣଙ୍କ ଘର ଭାଙ୍ଗିରୁଜି ଯାଇଛି। ପ୍ରାୟ ୧୫ ମିନିଟ ଧରି ପ୍ରବଳ ପବନ ହୋଇଥିଲା। ଉକ୍ତ ଗ୍ରାମର ସରକାରୀ ବିଦ୍ୟାଳୟର ଟିଣ ସହ ୧୮ ଜଣଙ୍କ ଘରର ଛପର ଉଡିଯିବା ପରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଗ୍ରାମବାସୀଙ୍କ ବ୍ୟାପକ ସମ୍ପତି ନଷ୍ଟ ହୋଇଛି। ଅପରାହ୍ଣରେ ଖୁରିଗାଁ ପଞ୍ଚାୟତ ଅନ୍ତର୍ଗତ ଉପରମାଣ୍ଡିଝୋଲା ଗ୍ରାମରେ ପ୍ରବଳ ପବନ ବହିବା ଆରମ୍ଭ ହୋଇଥିଲା। ପବନର ବେଗ ତ୍ରିବ ହେବାରୁ ଲୋକେ ଭୟରେ ଏଣେତେଣେ ଦୌଡିବାକୁ ଲାଗିଲେ। ଏହାପରେ ପବନର ବେଗ ବଢିବାରୁ ୧୮ଟି ଘର ଧରାଶାୟୀ ହୋଇଯାଇଛି। ସମସ୍ତ ଘରର ଟିଣ, ଛପର ଆଦି ଉଡିଯିବା ସହ ଭାଙ୍ଗିରୁଜି ଯାଇଛି।

 

- Advertisement -

ଏପରିକି ପବନରେ ଟିଣସବୁ ଉଡିବା ଦେଖିବାକୁ ମିଳିଥିଲା ବୋଲି ଗ୍ରାମବାସୀ ମତବ୍ୟକ୍ତ କରିଛନ୍ତି। କେତେକଙ୍କ ଘରେ ବର୍ଷାପାଣି ପଶିଯିବାରୁ ବହୁ ଖାଦ୍ୟ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ସରକାରଙ୍କ ତରଫରୁ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଉକ୍ତ ଖବର ପାଇ ଆଜି ଉକ୍ତ ଗ୍ରାମକୁ କାଶୀପୁର ବ୍ଲକ ଅଧ୍ୟକ୍ଷ, ଖୁରିଗାଁ ସରପଞ୍ଚ ଗସ୍ତ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଏନେଇ କାଶୀପୁର ତହସିଲଦାର ଶରତ ଶବରଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଗ୍ରାମକୁ ରାଜସ୍ବ ନିରୀକ୍ଷକ ଯାଇ କ୍ଷୟକ୍ଷତିର ଆକଳନ କରିଛନ୍ତି ଏବଂ କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories