କର୍ଣ୍ଣାଟକରେ ବିଭାଗ ବଣ୍ଟନ ବିଳମ୍ବିତ

0

ନୂଆଦିଲ୍ଲୀ : ଏଚଡି କୁମାରସ୍ୱାମୀଙ୍କ ନେତୃତ୍ୱ କର୍ଣ୍ଣାଟକର ମେଣ୍ଟ ସରକାରରେ ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ପ୍ରକ୍ରିୟା ବିଳମ୍ବିତ ହୋଇଛି। କଂଗ୍ରେସ-ଜେଡିଏସ୍‍ ମେଣ୍ଟ ସରକାରରେ କିଏ କେଉଁ ବିଭାଗ ନେବ ତାକୁ ନେଇ ବିବାଦ ଲାଗି ରହିଛି। ଏଥିପାଇଁ ରାଜ୍ୟର କଂଗ୍ରେସ ନେତାମାନେ ଦିଲ୍ଲୀରେ ଡେରା ପକାଇଛନ୍ତି। ତେବେ ଦଳର ହାଇକମାଣ୍ଡ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧି ଏବେ ବିଦେଶ ଗସ୍ତରେ ଥିବାରୁ କୌଣସି ନିଷ୍ପତ୍ତି ନିଆଯାଇପାରି ନାହିଁ। ରାହୁଲ ଓ ସୋନିଆ ବିଦେଶରୁ ଫେରିବା ପରେ ଏହା ଉପରେ ଯାହା କିଛି ନିଷ୍ପତ୍ତି ନିଆଯିବ। ଜୁନ୍‍ ୪ କିମ୍ବା ୫ ତାରିଖରେ ଏ ବାବଦରେ ଯାହା କିଛି ନିଷ୍ପତ୍ତି ନିଆଯାଇପାରେ।

Leave A Reply