www.samajalive.in
Sunday, December 7, 2025
18.1 C
Bhubaneswar

ଦେଶର ବିଭିନ୍ନ କୋଣରେ ଆତଙ୍କବାଦୀ ଶିବିର ଚଲାଉଥିଲା ଅଭିନବ ଭାରତ : କର୍ଣ୍ଣାଟକ ଏସ୍‍ଆଇଟି

ବେଙ୍ଗାଲୁରୁ : ସାମ୍ବାଦିକା ଗୌରୀ ଲଂକେଶ ହତ୍ୟାକାଣ୍ଡ ମାମଲାର ତଦନ୍ତ କରୁଥିବା କର୍ଣ୍ଣାଟକ ପୁଲିସ୍‍ର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‍ଆଇଟି) ଗୁରୁବାର ମାଲେଗାଓଁ ବୋମା ବିସ୍ଫୋରଣ ମାମଲା ନେଇ ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ କରିଛି। କର୍ଣ୍ଣାଟକ ପୁଲିସ୍‍ର ଏସ୍‍ଆଇଟି ଦାବି କରିଛି ଯେ ମାଲେଗାଓଁ ବିସ୍ଫୋରଣ ସହ ଜଡ଼ିତ ହିନ୍ଦୁତ୍ୱବାଦୀ ସଂଗଠନ ‘ଅଭିନବ ଭାରତ’ ଦେଶର ବିଭିନ୍ନ କୋଣରେ ଆତଙ୍କବାଦୀ ଶିବିର ଚଲାଉଥିଲା ଓ ବୋମା ତିଆରି ନେଇ ଗୁପ୍ତ ପ୍ରଶିକ୍ଷଣ ଦେଉଥିଲା। ଏବେ ବି ବିଭିନ୍ନ ସ୍ଥାନରେ ଏଭଳି ଗୁପ୍ତ ପ୍ରଶିକ୍ଷଣ ଶିବିର ସଂଚାଳିତ ହେଉଥିବା ସନ୍ଦେହ କରାଯାଉଛି।

ସାମ୍ବାଦିକା ଗୌରୀ ଲଂକେଶ ହତ୍ୟାକାଣ୍ଡ ମାମଲାରେ କର୍ଣ୍ଣାଟକ ପୁଲିସ୍‍ ଏସ୍‍ଆଇଟି ପକ୍ଷରୁ କୋର୍ଟରେ ଦାଖଲ ରିପୋର୍ଟରେ ଏସବୁ ଉଲ୍ଳେଖ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଅଭିନବ ଭାରତରୁ ୨୦୧୧ରୁ ୨୦୧୬ ମଧ୍ୟରେ ନିଖୋଜ ୪ ଜଣ ସଦସ୍ୟ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ସନାତନ ସଂସ୍ଥା ନାମକ ସଂଗଠନ ସହ ଜଡିତ ସନ୍ଦିଗ୍ଧ ଲୋକଙ୍କୁ ବୋମା ତିଆରି ପ୍ରଶିକ୍ଷଣ ଦେଇଥିଲେ। ଏହି ଲୋକମାନେ ୨୦୦୬ରୁ ୨୦୦୮ ମଧ୍ୟରେ ଘଟିଥିବା ସମଝୋତା ଏକ୍ସପ୍ରେସ୍‍ ବିସ୍ଫୋରଣ, ମକ୍କା ମସଜିଦ୍‍ ବିସ୍ଫୋରଣ, ଆଜମେର ଦର୍ଘା ଏବଂ ମାଲେଗାଓଁ ବିସ୍ଫୋରଣରେ ଜଡିତ ଅଛନ୍ତି। ପ୍ରକାଶ ଯେ ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଭୋପାଳ ଲୋକସଭା ଆସନରୁ ବିଜେପିର ପ୍ରାର୍ଥିନୀ ଭାବେ ନିର୍ବାଚନ ଲଢୁଛନ୍ତି। ମାଲେଗାଓଁ ବିସ୍ଫୋରଣ ମାମଲାରେ ସାଧ୍ୱୀ ପ୍ରଜ୍ଞାଙ୍କୁ ମିଶାଇ ୧୩ ଜଣ ଅଭିଯୁକ୍ତ ଅଛନ୍ତି। ଏଥିରେ ଅଭିନବ ଭାରତର ୨ ଜଣ ଲୋକ ରାମଜୀ କଳସାଙ୍ଗରା ଏବଂ ସନ୍ଦୀପ ଡାଙ୍ଗେ ଅଭିଯୁକ୍ତ ଅଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories