BJD Bijuli 480×75 Mob

କର୍ଣ୍ଣାଟକ ନିର୍ବାଚନରେ ବିଜୟୀ, ପରାଜିତ ପ୍ରମୁଖ ପ୍ରାର୍ଥୀ

BJD Bijuli 480×75 Mob

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜୟୀ ଓ ପରାଜିତ ହୋଇଥିବା କେତେକ ପ୍ରମୁଖ ପ୍ରାର୍ଥୀଙ୍କ ତାଲିକା ନିମ୍ନରେ ପ୍ରଦାନ କରାଗଲା। ବରିଷ୍ଠ ବିଜେପି ନେତା ତଥା ବିଦାୟୀ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ସିଗାଓଁ ଆସନରୁ ବିଜୟୀ ହୋଇଛନ୍ତି। ଏହି ଆସନରେ ବୋମାଇ କଂଗ୍ରେସ ପ୍ରାର୍ଥୀ ୟାସିର ଅହମ୍ମଦ ଖାନ୍‌ ପଠାନଙ୍କୁ ୩୫ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଥିଲେ। ବୋମାଇ ୯୯ ହଜାରରୁ ଅଧିକ ଭୋଟ୍‌ ପାଇଥିବା ବେଳେ ୟାସିର୍‌ ୬୩ ହଜାରରୁ ଅଧିକ ଭୋଟ୍‌ ପାଇଥିଲେ। ସିଗାଓଁ ଆସନରୁ ବୋମାଇ ୪ର୍ଥ ଥର ପାଇଁ ବିଜୟୀ ହୋଇଛନ୍ତି। ସେହିପରି କର୍ଣ୍ଣାଟକ କଂଗ୍ରେସ କମିଟି ସଭାପତି ଡି.କେ ଶିବକୁମାର କନକପୁରା ଆସନରୁ ବିପୁଳ ବିଜୟ ହାସଲ କରିଛନ୍ତି। ସେ ଜନତା ଦଳ (ଏସ୍‌) ପ୍ରାର୍ଥୀ ବି. ନାଗରାଜୁଙ୍କୁ ୧ ଲକ୍ଷ ୨୧ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଛନ୍ତି। ନାଗରାଜୁଙ୍କୁ ୨୦ ହଜାରରୁ ଅଧିକ ଭୋଟ୍‌ ମିିଳିଥିବା ବେଳେ ତୃତୀୟ ସ୍ଥାନରେ ଥିବା ବିଜେପି ପ୍ରାର୍ଥୀ ଆର.ଅଶୋକଙ୍କୁ ୧୯ ହଜାରରୁ ଅଧିକ ଭୋଟ୍‌ ମିିଳିଛି। ଏହି ଆସନରୁ ଶିବକୁମାର ୮ମଥର ପାଇଁ ବିଜୟୀ ହୋଇଛନ୍ତି। କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟଙ୍କ ଚିତ୍ତପୁର ଆସନରୁ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ମଣିକାନ୍ତ ରାଠୋରଙ୍କୁ ୧୩ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଛନ୍ତି। ପ୍ରିୟଙ୍କା ୮୧ ହଜାରରୁ ଅଧିକ ଭୋଟ୍‌ ପାଇଥିବା ବେଳେ ମଣିକାନ୍ତଙ୍କୁ ୬୭ ହଜାରରୁ ଅଧିକ ଭୋଟ୍‌ ମିଳିଥିଲା। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରାମୟା ବରୁଣା ଆସନରୁ ବିଜୟୀ ହୋଇଛନ୍ତି। ସେ ବିଜେପିର ଭି.ସୋମନ୍ନାଙ୍କୁ ୪୬ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଥିଲେ। ସିଦ୍ଧରାମୟା ୧ ଲକ୍ଷ ୧୯ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ସୋମନ୍ନା ୭୩ ହଜାରରୁ ଅଧିକ ଭୋଟ୍‌ ପାଇଥିଲେ। ସେହିପରି ବିଜେପିର ବିଜେନ୍ଦ୍ର ୟେଦୁରପ୍ପା ଶିକାରୀପୁରା ଆସନରୁ ବିଜୟୀ ହୋଇଛନ୍ତି। ​‌େ​‌ସ କଂଗ୍ରେସର ଗୋନି ମାଲାଟେସ୍‌ଙ୍କୁ ପରାସ୍ତ କରିଥିଲେ। ଜେଡି (ଏସ୍‌) ନେତା ଏଚ୍‌.ଡି କୁମାରସ୍ବାମୀ ଚନାପାଟନା ଆସନରୁ ବିଜୟୀ ହୋଇଛନ୍ତି। ସେ ବିଜେପିର ସି.ପି ଯୋଗେଶ୍ବରଙ୍କୁ ପରାସ୍ତ କରିଥିଲେ।
ଅନ୍ୟପକ୍ଷରେ ବିଜେପି ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇ ନିର୍ବାଚନ ଲଢ଼ୁଥିବା ଜଗଦୀଶ ସିଟାର ହୁବୁଲି ସେଣ୍ଟ୍ରାଲ୍‌ ଆସନରୁ ପରାସ୍ତ ହୋଇଛନ୍ତି। ତାଙ୍କୁ ବିଜେପିର ମହେଶ ଟେନଗିନାକା ପରାସ୍ତ କରିଛନ୍ତି। ସେହିପରି କର୍ଣ୍ଣାଟକ ବିଜେପି ସରକାରରେ ଥିବା ଏକାଧିକ ମନ୍ତ୍ରୀ ପରାସ୍ତ ହୋଇଛନ୍ତି। ମନ୍ତ୍ରୀ ବି. ଶ୍ରୀରାମଲୁ, କେ. ସୁଧାକର, ଜେସି ମଧୁସ୍ବାମୀ, ଗୋବିନ୍ଦ କାର୍ଜୋଲ୍‌, ଏମ୍‌.ଟ.ବି ନାଗରାଜ, କେ. ନାରାୟଣ ଗୌଡ଼ା ପ୍ରମୁଖଙ୍କ ସହ ବାଚସ୍ପତି ବିଶ୍ବେଶ୍ବର ହେଗଡେ ମଧ୍ୟ ପରାଜିତ ହୋଇଛନ୍ତି।

Comments are closed.