ସିନେମା ସୁଟିଂ ବେଳେ ଖୋଲାରେ ଶୌଚ କରିଥିଲେ କରନ୍‌ ଜୋହର

0

ମୁମ୍ବାଇ:  ବଲିଉଡ୍‌ର ପ୍ରସିଦ୍ଧ ସିନେମା ପ୍ରଯୋଜକ କରନ ଜୋହର ଥରେ ଖୋଲାରେ ଶୌଚ କରିଥିବା କଥା  ସୂଚନା ଦେଇଛନ୍ତି । ଇଜିପ୍ଟରେ ‘କଭି ଖୁସୀ କଭି ଗମ୍‌’ ସିନେମାର ‘ସୁରଜ ହୁଆ ମଧ୍ୟମ ଗୀତର ସୁଟିଂ ବେଳେ  କରନ୍‌ଙ୍କ ପେଟ ଖରାପ ହୋଇଯାଇଥିଲା । ଏହି ଗୀତ ସୁଟିଂ ସ୍ଥଳରେ ବଡ ବଡ ଚୂନ ପଥର ଖଣ୍ଡ ରହିଥିଲା। ଏତେ ଜୋର୍‌ରେ ଝାଡା ଲାଗିଥିଲା ଯେ କରନ୍‌ ସମ୍ଭାଳି ପାରି ନ ଥିଲେ। ତାଙ୍କର ଭ୍ୟାନିଟି ଭ୍ୟାନ ସେଠାରୁ ୨ କିଲୋମିଟର ଦୂରରେ ଥିଲା । କରନ୍‌ ବାଧ୍ୟ ହୋଇ ଗୋଟିଏ ପଥର ପଛପଟକୁ ଚାଲିଯାଇଥିଲେ । ଓ୍ୱେବପୋର୍ଟାଲ ଫିଲ୍ମ କମ୍ପାନିଅନ୍‌ ଏକ ସା୍କ୍ଷାତକାରରେ ସେ ଏହି ସୂଚନା ଦେଇଛନ୍ତି ।

prayash

ଇଜିପ୍ଟର ଫାରଫାରା ମରୁଭୂମିରେ ଏହି ଗୀତର ସୁଟିଂ ଚାଲିଥିଲା । କରଣ ଜୋହର ମରୁଭୂମିରେ ଏହାରୁ ସୁଟିଂ ପାଇଁ କହିଥିଲେ । ବାଲି ଯୋଗୁଁ ଭ୍ୟାନିଟି ଭ୍ୟାନ ଯାଇ ପାରି ନ ଥିଲା । ପେଟ ଖରାପକୁ ପତଳା ଝା଼ଡା ହେଉଥିବାରୁ କରନ୍‌ ସମ୍ଭାଳି ପାରି ନ ଥିଲେ । ସେ ଗୋଟିଏ ବଡ ପଥର ପଛକୁ ଗଲା ବେଳକୁ ଆଉ ଜଣେ ବି ତାଙ୍କ ପରି ପଥର ପଛରେ ବସିଥିଲେ । ସେ ବି ସମାନ ସମସ୍ୟାରେ ପଡିଥିଲେ । ଦୁଇ ଜଣ ଦୁଇ ଜଣଙ୍କୁ ଲୁଚିବାକୁ ଚେଷ୍ଟା କରିଥିଲେ । ପରେ ଏ ବିଷୟରେ କେହି କେହାରିକୁ କହିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ ।

Leave A Reply