କରନ ଙ୍କ ଫିଲ୍ମକୁ ମନାକଲେ ବାହୁବଳୀ
ମୁମ୍ବଇ; ଚଳଚ୍ଚିତ୍ର ‘ବାହୁବଳୀ’ ର ସଫଳତା ପରେ ଅଭିନେତା ପ୍ରଭାସ ସମଗ୍ର ବିଶ୍ୱରେ ନିଜର ଲୋକପ୍ରିୟତା ହାସଲ କରିଛନ୍ତି। ଅଭିନେତା ପ୍ରଭାସ ଦ୍ୱିତିୟଥର ପାଇଁ ପ୍ରଯୋଜକ ତଥା ନିର୍ଦ୍ଦେଶକ କରନ ଜୋହର ଙ୍କ ଚଳଚ୍ଚିତ୍ର କରିବାପାଇଁ ମନା କରିଦେଇଛନ୍ତି। ନିର୍ଦ୍ଦେଶକ କରନ ଜୋହର ପ୍ରଥମେ ଅଭିନେତା ପ୍ରଭାସ ଙ୍କୁ ବଲିଉଡ ରେ ପାଦଥାପିବାକୁ ସୁଯୋଗ ଦେଇଥିଲେ। କିନ୍ତୁ, ପ୍ରଭାସ ଏଥିପାଇଁ ୨୦ କୋଟି ଦାବି କରଥିିଲେ, ଯାହା କରଣ ଙ୍କ ସପକ୍ଷରେ ନଥିଲା। ପ୍ରଭାସ କରନଙ୍କ ଦ୍ୱିତିୟ ଅଫରକୁ ମଧ୍ୟ ଏଡାଇଦେଇଛନ୍ତି, କାରଣ ଅଭିନେତା ପ୍ରଭାସ ବର୍ତ୍ତମାନ ନିଜର ଫିଲ୍ମ ‘ସାହୋ’ ରେ ବ୍ୟସ୍ତ ଅଛନ୍ତି। ଚଲଚ୍ଚିତ୍ର ସାହୋ ଏକ ଥ୍ରିଲର ଡ୍ରାମା ଯାହାର ବଜେଟ ପାଖାପାଖି ୩୦୦ କୋଟି।
ନିର୍ଦ୍ଦେଶକ କରଣ ପ୍ରଭାସ ଙ୍କ ଲୋକପ୍ରିୟ ଚଳଚିତ୍ର ବାହୁବଳି ର ବ୍ୟବସାୟିକ ଦାୟିତ୍ୱ ସମ୍ଭାଳିଥିଲେ। ଏକ ସାକ୍ଷାତକାରରେ ପ୍ରଭାସ କହିଥିଲେ, କରଣଙ୍କ ସହ ମୋର ଭଲ ସମ୍ପର୍କ ରହିଛି ଏବଂ ଭବିଷ୍ୟତରେ ସୁଯୋଗ ମିଳିଲେ କାମକରିବି।