www.samajalive.in
Monday, December 15, 2025
24.1 C
Bhubaneswar

କରଣଙ୍କ ଆଗାମୀ ସିନେମାରେ ନଜର ଆସି ପାରନ୍ତି ବାହୁବଳୀ

ମୁମ୍ବଇ: ବଲିଉଡର ଜଣାଶୁଣା ନିର୍ମାତା-ନିର୍ଦେଶକ କରଣ ଜୋହର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଶୁଦ୍ଧି’ ପାଇଁ ପ୍ରଭାସଙ୍କୁ ପ୍ରସ୍ତାବ ଦେଇଥିବା ସୂଚନା ମଳିଛି। ବାହୁବଳୀର ସଫଳତା ପରେ ପ୍ରଭାସ ହିନ୍ଦୀ ସିନେମାରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ସୂଚନାଅନୁସାରେ, କରଣ ତାଙ୍କର ସିନେମା ‘ଶୁଦ୍ଧି’ ପାଇଁ ତିନି ରୁ ଚାରି ବର୍ଷ ହେବ କାମ ଆରମ୍ଭ କରିସାରିଛନ୍ତି। ମାତ୍ର ଏହି ସିନେମାର କାହାଣୀର ଗୁରୁତ୍ଵ ଦୃଷ୍ଟିରୁ ବଡ ବଡ ଅଭିନେତା ଏହି ସିନେମା କରିବାକୁ ମନା କରିଦେଇଛନ୍ତି। ହ୍ରୀତିକ ରୋଶନ, ସଲମାନ ଖାନ, ବରୁଣ ଧବନଙ୍କ ଭଳି କଳାକାର ଏହି ଚଳଚ୍ଚିତ୍ର କରିବା ପାଇଁ ସାହାସ ଜୁଟାଇ ପାରି ନାହାନ୍ତି। ଏବେ ଖବରଅନୁସାରେ କରଣ ପ୍ରଭାସଙ୍କୁ ଏହି ସିନେମା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହାକୁ ନେଇ ପ୍ରଭାସ କଛି ସମୟ ମାଗିଥିବା ଜଣାପଡିଛି। ପ୍ରଭାସ ଖୁବଶୀଘ୍ର ଚଳଚ୍ଚିତ୍ର ସାହୋରେ ନଜର ଆସିବେ। ଏହି ସିନେମା ୨୦୧୯ମସିହା ଅଗଷ୍ଟ ୧୫ରେ ମୁକ୍ତିଲାଭ କରିବ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories