www.samajalive.in
Monday, December 8, 2025
17.1 C
Bhubaneswar

୨୦୧୯ ପ୍ରଧାନମନ୍ତ୍ରୀ ପାର୍ଥୀ : ରାହୁଲ ନୁହେଁ ତ କିଏ?

ନୂଆଦିଲ୍ଲୀ : ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛଡିଶଗଡ ବିଧାନସଭା ନିର୍ବାଚନରେ କଂଗ୍ରେସ ଭରପୂର ଜନମତ ସଂଗ୍ରହ କରି ସରକାର ଗଠନ କରିଛି। ଏହି ବିପୁଳ ବିଜୟ ପରେ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ବିଭିନ୍ନ ବିରୋଧୀ ଦଳ ସହଜରେ ଗ୍ରହଣ କରିପାରୁନାହାନ୍ତି। ଡିଏମକେ ସୁପ୍ରିମୋ ଷ୍ଟାଲିନ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ତାଙ୍କର ଏହି ପ୍ରସ୍ତାବକୁ ନେଇ ବିଭିନ୍ନ ଆଞ୍ଚଳିକ ଦଳ ସହମ୍ମତି ପ୍ରକାଶ କରିନାହାନ୍ତି। ତେଣୁ ମହାମେଣ୍ଟର ଭବିଷ୍ୟତକୁ ନେଇ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି।
ନିର୍ବାଚନ ଇତିହାସ ରହିଛି ଯେ କୌଣସି ପ୍ରଧାନମନ୍ତ୍ରୀ ପାର୍ଥୀ ନ ରହି ନିର୍ବାଚନ ଲଢାଯାଉଥିଲା। ନିର୍ବାଚନ ଜିତିବା ପରେ ହିଁ ସଂସଦୀୟ ଦଳ ନିଜର ନେତା ଚୟନ କରୁଥିଲେ। ଭି ପି ସିଂହ, ଦେବଗୌଡା, ଗୁଜରାଲ ଓ ମନମୋହନ ସିଂହ ପ୍ରଧାନମନ୍ତ୍ରୀଙ୍କ ସମୟରେ ଏହା ହୋଇଥିବା ନଜୀର ରହିଛି। ଭାରତୀୟ ରାଜନୀତିରେ କଂଗ୍ରେସ ବେଶିଦିନ ଶାସନ କରିଥିବା ସମୟରେ ହିଁ ଏହି ପରମ୍ପରା ରହି ଆସିଛି। ୨୦୦୪ରେ କଂଗ୍ରେସ ବିନା ପ୍ରଧାନମନ୍ତ୍ରୀ ପାର୍ଥୀ ସହ ନିର୍ବାଚନ ଜିତିଥିଲା। ସେହିପରି ଅଟଳ ବିହାରୀ ବାଜପାୟୀଙ୍କ ସମୟରେ ସାଇନିଂ ଇଣ୍ଡିଆର ପ୍ରଚାର ସହ ଆଗକୁ ବଢିଥିଲା। କିନ୍ତୁ ଫଳାଫଳ ଯାହା ହେଲା ସମସ୍ତଙ୍କୁ ଅବଗତ।
ସୂଚନାଯୋଗ୍ୟ ଯେ ଗୁଜରାଟ ବିଧାନସଭା ନିର୍ବାଚନରେ ବଜେପି ସରକାର ଗଢିଥିଲେ ମଧ୍ୟ କଂଗ୍ରେସ କଡା ଟକ୍କର ଦେଇଥିଲା। ସେହିପରି କର୍ଣ୍ଣାଟକରେ ଜେଡିଏସ୍‍ ଓ କଂଗ୍ରେସର ସରକାର ହୋଇଥିଲା। ୨୦୧୯ ପୂର୍ବରୁ ସେମିଫାଇନାଲ ମ୍ୟାଚ କହୁଥିବା ୫ ରାଜ୍ୟର ନିର୍ବାଚନ କଂଗ୍ରେସର ସପକ୍ଷରେ ଯାଇଛି। ଏହି ନିର୍ବାଚନରେ ମୋଦୀଙ୍କ ଅପରାଜୟ ଛବିରେ ଆଘାତ ଲାଗିଛି।
ଏକ ସମୟ ଥିଲା ବରିଷ୍ଠ ରାଜନେତା ଶରଦ ପାୱାର ତତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀକୁ ନିଜର ନେତା ମାନିବାକୁ ରାଜି ନଥିଲେ। କିନ୍ତୁ ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କୁ ନିଜର ନେତା ଭାବେ ଗ୍ରହଣ କରିବାକୁ ରାଜି ହେଉଛନ୍ତି। ଏହି ସମୟରେ ବହୁ ବିଜେପୀ ବିରୋଧୀ ରାଜନୈତିକ ଦଳ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ସ୍ୱୀକାର କରୁଥିବା ଜଣାପଡିଛି। କିନ୍ତୁ ପ୍ରମୁଖ ତିନି ରାଜନୈତିକ ଦଳ ସମାଜବାଦୀ ପାର୍ଟୀ, ବହୁଜନ ସମାଜ ପାର୍ଟି ଓ ତୃଣମୂଳ କଂଗ୍ରେସ ରାହୁଲଙ୍କ ନେତୃତ୍ୱକୁ ଗ୍ରହଣ କରି ନାହାନ୍ତି।
ଏହି ମହାମେଣ୍ଟରେ ଯେଉଁ ରାଜନୈତିକ ଦଳର ସଂଖ୍ୟା ଗରିଷ୍ଠତା ହାସଲ କରିବ ସେ ହିଁ ପ୍ରଧାନମନ୍ତ୍ରୀ ପାଇଁ ପାର୍ଥୀ ଘୋଷଣା କରିବ। ତେବେ ୨୦୧୯ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ବିରୋଧୀ କାହାକୁ ଛିଡା କରାଉଛନ୍ତି ତାକୁ ଦେଖିବାକୁ ସମସ୍ତେ ଇଚ୍ଛାପ୍ରକଟ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories