ଅକ୍ଟୋବରରେ ଫେରିବେ କପିଲ

0

ହସର ରାଜା ଭାବେ ଜଣାଯାଉଥିବା କପିଲ ଶର୍ମାଙ୍କ କ୍ୟାରିୟରରେ ଏବେ କଳା ବାଦଲ ଢାଙ୍କି ହୋଇଛି କହିଲେ ଭୁଲ ହେବନାହିଁ। ସହ କଳାକାର ସୁନିଲ ଗ୍ରୋଭରଙ୍କ ସହ ମନୋମାଳିନ୍ୟ ହେବା ପରେ କପିଲଙ୍କ ଅବସ୍ଥା ଦିନକୁଦିନ ଦୟନୀୟ ହେବାରେ ଲାଗିଛି। କମ୍‌-ବ୍ୟାକ୍ ନିମନ୍ତେ ସମସ୍ତ ପ୍ରସ୍ତୁତି ହୋଇସାରିବା ପରେ ମଧ୍ୟ ତାଙ୍କ କାର୍ଯ୍ୟକ୍ରମର ଟିଆରପି ହ୍ରାସ ପାଇଥିଲା। ଏଇ କିଛିଦିନ ତଳେ କପିଲ ଆମଷ୍ଟରଡାମ୍ ଯାଇଥିଲେ। ତାଙ୍କ ଫଟୋ ଗଣମାଧ୍ୟମ ସହ ବିଭିନ୍ନ ସୋସିଆଲ ସାଇଟ୍‌ରେ ପ୍ରକାଶିତ ହୋଇଥିଲା। କପିଲଙ୍କ ଓଜନ ମାତ୍ରାଧିକ ବଢ଼ିବା ସହ ଅବସାଦର ଛାପ ତାଙ୍କ ମୁହଁରେ ସ୍ପଷ୍ଟ ବାରି ​‌େ​‌ହାଇପଡ଼ୁଥିଲା। କପିଲ ଏବେ ମଧ୍ୟ ଅବସାଦ ରୋଗ ପାଇଁ ଚିକିତ୍ସିତ ହେଉଥିବା ଖବର ଶୁଣାଯାଉଛି। ମିଳିଥିବା ଖବର ଅନୁସାରେ, ଅକ୍ଟୋବର ସୁଦ୍ଧା କପିଲଙ୍କ ନୂଆ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ପୁନଃ ଟେଲିଭିଜନରେ ପ୍ରସାରିତ ହେବ। କପିଲଙ୍କ ପୂର୍ବ କାର୍ଯ୍ୟକ୍ରମ ‘କମେଡି ନାଇଟ୍ସ ଉଇଥ୍ କପିଲ’କୁ ନିର୍ଦେଶନା ଦେଇଥିବା ଭରତ କୁକ୍ରେତୀ ଏହି ନୂତନ କାର୍ଯ୍ୟକ୍ରମର ଦାୟିତ୍ବ ନେଇଥିବାର ପ୍ରକାଶ। କପିଲଙ୍କ ପରି ଜଣେ ସଫଳ ଯୁବ କଳାକାର ସାମାନ୍ୟ ଗର୍ବ ପାଇଁ ହିନସ୍ତା ହେଉଛନ୍ତି ବୋଲି ତାଙ୍କ ପ୍ରତିଦ୍ବନ୍ଦ୍ବୀମାନେ କହିବା ଆରମ୍ଭ କରିଦେଲେଣି।

Leave A Reply