www.samajalive.in
Sunday, December 14, 2025
14.1 C
Bhubaneswar

ରିଲିଜ୍ ପୂର୍ବରୁ ବିବାଦରେ ଫସିଲା ‘ପୁଷ୍ପା-୨’

ଡେସ୍କ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ତାଙ୍କର ବହୁ ପ୍ରତୀକ୍ଷିତ ଆଗାମୀ ଫିଲ୍ମ ‘ପୁଷ୍ପା-୨’କୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଅଛନ୍ତି, ଯାହା ଖୁବଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। କିନ୍ତୁ ଫିଲ୍ମଟି ରିଲିଜ ହେବା ପୂର୍ବରୁ ଏକ ବଡ ବିବାଦରେ ଫସି ଯାଇଛି। ବାସ୍ତବରେ ଏହି ଫିଲ୍ମକୁ ନେଇ ହରିୟାଣାର ହିସାରରେ ଜୋରଦାର ହଟ୍ଟଗୋଳ ଦେଖିବାକୁ ମିଳିଛି। ହିସାର ଜିଲ୍ଲାର ଏକ ଗାଁରେ ଫିଲ୍ମ ବିରୋଧରେ ଅଭିଯୋଗ ହୋଇଛି। ଫିଲ୍ମର ଏକ ଦୃଶ୍ୟ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି।

ଏଥିସହ ଏହି ଦୃଶ୍ୟକୁ ଫିଲ୍ମରୁ ହଟାଇବାକୁ ଦାବି ହୋଇଛି। ତେବେ ଏ ନେଇ ପୁଲିସ ଏପର୍ଯ୍ୟନ୍ତ ମାମଲା ରୁଜୁ କରିନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ, ଫିଲ୍ମର ଟ୍ରେଲରରେ ଜାଣିଶୁଣି ଏକ ଧର୍ମର ଭାବନାକୁ ଆଘାତ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ହିସାରର କୁଲଦୀପ କୁମାର ଏହି ଅଭିଯୋଗ ଆଣିଛନ୍ତି। କୁଲଦୀପଙ୍କ କହିବା ଅନୁଯାୟୀ, ଟ୍ରେଲରରେ ଅଲ୍ଲୁ ଅର୍ଜୁନଙ୍କୁ ଅର୍ଦ୍ଧନାରିଶ୍ୱର ଭୂମିକାରେ ଦେଖିବାକୁ ମିଳିଛି ଏବଂ ମା’ କାଳୀଙ୍କ ଏକ ଫଟୋ ମଧ୍ୟ ଦେଖିବାକୁ ମିଳିଛି। ଏହି ଦୃଶ୍ୟ ଧାର୍ମିକ ଭାବନାକୁ ମଧ୍ୟ ଆଘାତ ଦେଉଛି ବୋଲି ସେମାନେ ଅନୁଭବ କରୁଛନ୍ତି।

- Advertisement -

କୁଲଦୀପ କୁମାର ତାଙ୍କ ଅଭିଯୋଗରେ କହିଛନ୍ତି ଯେ ସେ ‘ପୁଷ୍ପା-୨’ ଏବଂ ଏଥିରେ ଥିବା ସମସ୍ତ କଳାକାରଙ୍କୁ ସମ୍ମାନ କରନ୍ତି, କିନ୍ତୁ କିଛି କଳାକାର ଟଙ୍କା ପାଇଁ ଧାର୍ମିକ ଭାବନାକୁ ଆଘାତ ଦେଉଛନ୍ତି। ସେମାନେ ଫିଲ୍ମରୁ ମା’ କାଳୀ ଓ ଅଲ୍ଲୁ ଅର୍ଜୁନଙ୍କ ଦୃଶ୍ୟ ହଟାଇବାକୁ ଦାବି କରିବା ସହ ଯଦି ଏହା କରା ନଯାଏ ତେବେ ସେମାନେ ଫିଲ୍ମକୁ ହରିୟାଣାରେ ରିଲିଜ୍ ହେବାକୁ ଦେବେ ନାହିଁ ବୋଲି କହିଛନ୍ତି। ତେବେ ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକମାନେ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ର ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଅନ୍ୟପକ୍ଷରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

ନଭେମ୍ବର ୧୭ରେ ପାଟନାର ଗାନ୍ଧୀ ମଇଦାନରେ ଏକ ବଡ଼ କାର୍ଯ୍ୟକ୍ରମରେ ‘ପୁଷ୍ପା-୨’ର ଟ୍ରେଲର ଲଞ୍ଚ ହୋଇଥିଲା, ଯେଉଁଥିରେ ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନା ମଧ୍ୟ ଯୋଗ ଦେଇଥିଲେ। ଏହି ଫିଲ୍ମ ଡିସେମ୍ବର ୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି । ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ବ୍ୟତୀତ ଫହାଦ ଫସିଲ, ଜଗପତି ବାବୁ, ଧନଞ୍ଜୟ, ରାଓ ରମେଶ, ସୁନୀଲ ଏବଂ ଅନସୂୟା ଭରଦ୍ୱାଜଙ୍କ ଭଳି କଳାକାରଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ। ୨୦୨୧ରେ ଆସିଥିବା ‘ପୁଷ୍ପା’ର ସିକ୍ୱେଲ ହେଉଛି ଏହି ଫିଲ୍ମ। ଏହି ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ହିଟ୍ ହୋଇଥିଲା।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories